Latest Odisha News

BREAKING NEWS

୬ ମାସ ମଧ୍ୟରେ ଭ୍ୟାକ୍ସିନ ପ୍ରସ୍ତୁତ ହେବ: ସାରା ଗିଲବର୍ଟ

ଲଣ୍ଡନ: ସାରା ଗିଲବର୍ଟ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଜିଛନ୍ତି । କରୋନା ଭାଇରସ ଭ୍ୟାକ୍ସିନ ପ୍ରସ୍ତୁତ ହେବାରେ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି ବୋଲି ସେ ଦି ଟାଇମ୍ସକୁ କହିଛନ୍ତି । ଯଦି ଏହା ହୁଏ ତାହାହେଲେ ଗିଲବର୍ଟ ଏବଂ ତାଙ୍କ ଟିମର ନାମ ଇତିହାସ ସୃଷ୍ଟି କରିବ । କିଲର କରୋନାକୁ ରୋକିବା ପାଇଁ ୬ ମାସ ମଧ୍ୟରେ ଭ୍ୟାକ୍ସିନ ବଜାରକୁ ଆସିଯିବ । ଏଥିନେଇ ମୁଁ ୮୦ ପ୍ରତିଶତ ଆଶାୟୀ ଅଛି ବୋଲି ଅକ୍ସଫୋର୍ଡ ଭ୍ୟାକ୍ସିନୋଲୋଜିର ଏହି ପ୍ରଫେସର ଜଣଙ୍କ କହିଛନ୍ତି । ତେବେ ସମସ୍ତ ପ୍ରକାର ପ୍ରସ୍ତୁତି ପାଇଁ ୧୨ରୁ ୧୮ ମାସ ସମୟ ଲାଗିଥାଏ ।

ବର୍ତମାନ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଖୁବ୍ ଶୀଘ୍ର ଏହାର ପରୀକ୍ଷା କରାଯିବ । ୨ ସପ୍ତାହ ମଧ୍ୟରେ ମଣିଷ ଶରୀରରେ ଏହା ପରୀକ୍ଷଣ କରାଯିବ । ପରୀକ୍ଷଣ ସଫଳ ହେବା ମାତ୍ରେ ଯେପରି ସଙ୍ଗେ ସଙ୍ଗେ ଲୋକଙ୍କ ଚାହିଦା ଅନୁସାରେ କିପରି ଅଧିକରୁ ଅଧିକ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇପାରିବ ସେ ନେଇ ଆମେ ଆମେ ବ୍ରିଟେନ ସରକାରଙ୍କ ନିକଟରୁ ସମସ୍ତ ପ୍ରକାର ସହଯୋଗ ଆଶ କରୁଛୁ ।

Leave A Reply

Your email address will not be published.