Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା; ଲକଡାଉନ ବଢାଇବା ସପକ୍ଷରେ ୬ ରାଜ୍ୟ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଲକଡାଉନ ଅବଧି ସମ୍ପର୍କରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ।

ରାଜ୍ୟଗୁଡ଼ିକ ଲକଡାଉନ ର ସମ୍ପ୍ରସାରଣକୁ ସମର୍ଥନ କରୁଛନ୍ତି କି ନାହିଁ ତାହା ସମୀକ୍ଷା କରିବା ଥିଲା ଏହି ବୈଠକରେ ମୂଳ ଲକ୍ଷ୍ୟ ।

ଏହି ବୈଠକରେ ଓଡିଶା, ବିହାର, ଗୁଜୁରାଟ, ହରିୟାଣା, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶ ଏବଂ ପୁଡୁଚେରୀରୁ ଆସିଥିବା ପ୍ରତିପକ୍ଷମାନେ ଆଲୋଚନା କରିଥିଲେ।

ମେ ୨ ସାରାଦେଶରେ ଲକଡାଉନ ଅବଧି ସରୁଥିବା ବେଳେ ଏହାର ଏକ ସପ୍ତାହ ପୂର୍ବରୁ ଏହି ବୈଠକ ବସିଛି।

ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହାଜର ଟପିଥିବା ବେଳେ ଏହି ସମୟରେ ରାଜ୍ୟ ମାନେ କୌଣସି ରିକ୍ସ ନେବାକୁ ଚାହୁଁନାହାନ୍ତି ।

ଆଜି ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରୁଛନ୍ତି । ଏପଟେ ଦିଲ୍ଲୀ ସରକାର ମେ ୧୫ ଯାଏ ଲକ ଡାଉନ ଅବଧି ବଢ଼ାଇବାକୁ ଚାହଁଥିବା ବେଳେ ମହାରାଷ୍ଟ୍ର ସରକାର ମେ ୧୮ ଯାଏଁ ବଢ଼ାଇବାକୁ ଚାହୁଁଛନ୍ତି ।

ସେହପରି ଓଡିଶା ସମେତ ପଂଜାବ,ମଧ୍ୟପ୍ରଦେଶ,ପଶ୍ଚିମବଂଗ ବି ଲକ ଡାଉନ ବଢ଼ାଇବା ସପକ୍ଷରେ ଥିବା ଜଣାପଡିଛି ।

Leave A Reply

Your email address will not be published.