ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟରରେ ଅନଫଲୋ କରିଛନ୍ତି । ଉଭୟଙ୍କ ମଧ୍ୟରେ ବନ୍ଧୁତା ନିବୀଡ ହେବା ପରେ ହ୍ୱାଇଟ ହାଉସ ମୋଦିଙ୍କୁ ଟୁଇଟରରେ ଫଲୋ କରିଥିଲା । ତେବେ କେଉଁ କାରଣ ଯୋଗୁ ଅନଫଲୋ କଲା ତାହା ଘୋଷଣା କରାଯାଇ ନାହିଁ । ଭାରତ ଆମେରିକାକୁ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ପଠାଇଥିଲା । ଏହାପରେ ଏପ୍ରିଲ୍ ୧୦ଠାରୁ ହ୍ବାଇଟ୍ ହାଉସ୍ ପକ୍ଷରୁ ମୋଦି ଏବଂ ଭାରତର ଅନ୍ୟ ୫ ଟୁଇଟର ହ୍ୟାଣ୍ଡେଲ୍କୁ ଫଲୋ କରାଯାଇଥିଲା ।
ସେଥିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ, ରାଷ୍ଟ୍ରପତି ଭବନ, ଆମେରିକାରେ ଭାରତୀୟ ଦୂତାବାସ, ଭାରତରେ ଆମେରିକା ଦୂତାବାସ ଏବଂ ଭାରତରେ ଆମେରିକା ରାଷ୍ଟ୍ରଦୂତ ଥିବା କେନ ଜଷ୍ଟରଙ୍କ ଟୁଇଟର ହ୍ୟାଣ୍ଡେଲ୍ ସାମିଲ୍ ରହିଥିଲା। ତେବେ ଏବେ ହ୍ବାଇଟ୍ ହାଉସ୍ ପକ୍ଷରୁ ଏସବୁ ଅନ୍ ଫଲୋ କରାଯାଇଛି ।
Comments are closed.