Latest Odisha News

BREAKING NEWS

ଇରଫାନଙ୍କୁ ବାଲୁକାକଳାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି…

ପୁରୀ: ଅଭିନେତା ଇରଫାନ ଖାନଙ୍କ ବିୟୋଗରେ ସମଗ୍ର ଦେଶ ଆଜି ସ୍ତବ୍ଧ । ହଜାର ହଜାର ଚଳଚ୍ଚିତ୍ରପ୍ରେମୀ ଭାରତୀୟମାନେ ଏବେ ସୋସିଆଲ୍ ମିଡ଼ିଆରେ ନିଜର ଶୋକ ପ୍ରକାଶ କରିବାରେ ଲାଗିଛନ୍ତି । ଏହି ଲକ୍‌ଡ଼ାଉନ ପରିସ୍ଥିତିରେ ମଧ୍ୟ ଇରଫାନଙ୍କ ଅଗଣିତ ଫ୍ୟାନ୍ ତାଙ୍କୁ ବିଭିନ୍ନ ମ୍ୟାସେଜ୍ ମାଧ୍ୟମରେ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବାରେ ଲାଗିଛନ୍ତି । ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏହି ପ୍ରଖ୍ୟାତ ଅଭିନେତାଙ୍କୁ ସୁନ୍ଦର ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଅନ୍ତିମ ଶଯ୍ୟାରେ ମୃତ୍ୟୁର କିଛି ସମୟ ପୂର୍ବରୁ ଅନେକ ସମୟ ଧରି ନିଜ ସ୍ୱର୍ଗତଃ ମାଆଙ୍କୁ ଖୁବ୍ ମନେ ପକାଇଥିଲେ ଇରଫାନ ।

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିଳ୍ପୀ ସୁଦର୍ଶନ ପୁରୀ ବେଳାଭୂମିରେ କଳାକାର ଇରଫାନଙ୍କ ଏକ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରିଛନ୍ତି । ଏହି ବାଲୁକାକଳାରେ ସେ ଲେଖିଛନ୍ତି ‘ମିସ୍ ୟୁ ଇରଫାନ୍‌’ ।

ଦୁଇଦିନ ପୂର୍ବରୁ ଅଭିନେତା ଇର୍ଫାନଙ୍କ ମାଆଙ୍କର ବିୟୋଗ ଘଟିଥିଲା। ଚାରିବର୍ଷ ପୂର୍ବରୁ ଏହି ୫୪ ବର୍ଷୀୟ ଅଭିନେତାଙ୍କ ଶରୀରରେ ନ୍ୟୁରୋ ଏଣ୍ଡୋକ୍ରିନ୍ ନାମକ ଟ୍ୟୁମର୍ ବୃଦ୍ଧି ହୋଇଥିଲା । ଚିକିତ୍ସା ଲାଗି ସେ ଦୀର୍ଘ ଦିନ ଧରି ବଲିଉଡ଼ ଜଗତରୁ ଦୂରରେ ଥିଲେ ।

ନିକଟରେ ଇର୍ଫାନଙ୍କ ଅଭିନୀତ ଫିଲ୍ମ ‘ଅଂଗ୍ରେଜି ମିଡ଼ିୟମ୍‌’ ରିଲିଜ୍ ହୋଇଥିଲେ ମଧ୍ୟ କରୋନା ଲକ୍‌ଡ଼ାଉନ୍ ଯୋଗୁଁ ପ୍ରୋମୋଟ୍ ହୋଇପାରିନାହିଁ । ଇରଫାନ୍ ଚିକିତ୍ସିତ ହେଉଥିଲେ ମଧ୍ୟ ଲଣ୍ଡନରେ ଫିଲ୍ମଟି ସୁଟିଂ ହୋଇଥିଲା ।

ଇରଫାନ୍ ଲକ୍‌ଡ଼ାଉନ ପରିସ୍ଥିତି ଏବଂ ନିଜର ଅସୁସ୍ଥତା ଯୋଗୁଁ ତାଙ୍କ ମାଆଙ୍କ ମୃତ୍ୟୁ ପରବର୍ତ୍ତୀ ଅନ୍ତିମ ସଂସ୍କାରରେ ଯୋଗ ଦେଇପାରି ନଥିଲେ ।

ଆଜି ଏହି ମହାନ କଳାକାରଙ୍କ ମୁମ୍ବାଇସ୍ଥିତ କୋକିଳାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ପରଲୋକ ହୋଇଯାଇଛି ।

Leave A Reply

Your email address will not be published.