Latest Odisha News

BREAKING NEWS

ଗଞ୍ଜାମରେ କ୍ବାରେନଣ୍ଟାଇନ କେନ୍ଦ୍ରରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ତାଲିକା ପ୍ରକାଶ

ଗଞ୍ଜାମ: ଓଡ଼ିଶା ଫେରନ୍ତା ବ୍ୟକ୍ତିଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଯାଉଥିବା ବେଳେ ଗଞ୍ଜାମର କିଛି ସ୍ଥାନରେ ସେମାନଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନ ମାନର ବୋଲି ଅଭିଯୋଗ ‌ହୋଇଥିଲା। ।

ଏପରିକି ଗତ ରବିବାର ଦିନ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଉକ୍ତ ପ୍ରବାସୀ ମାନେ କ୍ବାରେନଣ୍ଟାଇନ ସେଣ୍ଟରରେ ଖାଦ୍ୟ ଫିଙ୍ଗିବା ସହ ଏସଏଚଜି ସଦସ୍ୟଙ୍କୁ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

ସେହିପରି ପାଖାପାଖି ୧୨୦ ଜଣ ପ୍ରବାସୀ ଶ୍ରମିକ ଖାଦ୍ୟ ଏବଂ ଜଳ ଯୋଗାଣ ହେଉନଥିବା ଅଭିଯୋଗ କରି ବେଗୁନିଆପଡା ପଞ୍ଚାୟତରେ ଜନତା ଉଚ୍ଚ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ଥିବା ଦୁଇଟି କ୍ବାରେନଣ୍ଟାଇନ କେନ୍ଦ୍ର ଛାଡି ପଳାଇଥିଲେ।

ଏହି ଘଟଣା ପରେ ଗଞ୍ଜାମ ପ୍ରଶାସନ ପକ୍ଷରୁ ଜିଲ୍ଲାର କ୍ବାରେନଣ୍ଟାଇନରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ତାଲିକା ପ୍ରକାଶ କରାଯାଇଛି।

Leave A Reply

Your email address will not be published.