Latest Odisha News

କୋରାପୁଟରେ କୋହଳ ହେଲା କଟକଣା, ଖୋଲିବ ସେଲୁନ ଓ ସ୍ପା

କୋରାପୁଟ: କୋରାପୁଟ ଜିଲ୍ଲାରେ କୋହଳ ହେଲା ଲକଡାଉନ୍ କଟକଣା । ଅରେଂଜ ଜୋନ୍‌ରେ ଲକଡାଉନ୍ କଟକଣା କୋହଳ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ଏଠାରେ ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ । ଏଥିସହ ଦିନ ୧୦ରୁ ସନ୍ଧ୍ୟା ୬ଟା ଯାଏଁ କୃଷିଜାତ ଜିନିଷ ବିକ୍ରି କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସେହିପରି ଚା, କଫି, ସେଲୁନ, ସ୍ପା, ପାର୍ଲର, ଡ୍ରେସ ଦୋକାନ, ସୁନା ଓ ଗିଫ୍ଟ ଦୋକାନ ମଧ୍ୟ ସକାଳୁ ୮ଟାରୁ ମଧ୍ୟାହ୍ଣ ୨ଟା ଯାଏ ଖୋଲା ରହିବ ବୋଲି କୋରାପୁଟ ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି ।

Leave A Reply

Your email address will not be published.