Latest Odisha News

BREAKING NEWS

ଜିଓ ପ୍ଲାଟଫର୍ମରେ ୫,୬୫୫.୭୫ କୋଟି ଟଙ୍କା ପୁଞ୍ଜିନିବେଶ କରିବ ‘ସିଲଭର ଲେକ୍‌’

ମୁମ୍ବାଇ/ଭୁବନେଶ୍ୱର:ପ୍ରାଇଭେଟ୍ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଜିଓ ପ୍ଲାଟଫର୍ମ ଲିମିଟେଡ୍‌ରେ ୫,୬୫୫.୭୫ କୋଟି ଟଙ୍କା ବିନିଯୋଗ କରିବା ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଜିଓ ପ୍ଲାଟଫର୍ମ ଲିମିଟେଡ୍ ପକ୍ଷରୁ  ଘୋଷଣା କରାଯାଇଛି । ଏହି ବିନିଯୋଗ ଜିଓ ପ୍ଲାଟଫର୍ମସ୍‌ର ମୋଟ ଇକ୍ୱିଟି ଅଂଶଧନକୁ ୪.୯୦ ଲକ୍ଷ କୋଟି ଟଙ୍କାର ମୂଲ୍ୟାଙ୍କନ ଆକଳନ କରିଥିବା ବେଳେ ଔଦ୍ୟୋଗିକ ମୂଲ୍ୟରେ ୫.୧୫ ଲକ୍ଷ କୋଟି ଟଙ୍କାର ମୂଲ୍ୟାଙ୍କନ ଆକଳନ କରିଛି । ଏହି ମୋଟ ଅଂଶଧନ ମୂଲ୍ୟାଙ୍କନ ଏପ୍ରିଲ୍ ୨୨, ୨୦୨୦ ରେ ଘୋଷଣା କରାଯାଇଥିବା ଫେସବୁକ୍ ନିବେଶ ସମୟର ଇକ୍ୱିଟି ମୂଲ୍ୟ ଠାରୁ ୧୨.୫% ପ୍ରତିଶତ ଅଧିକ ମୂଲ୍ୟ ବା ପ୍ରିମିୟମ୍ ବହନ କରୁଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧୀନସ୍ଥ ଏକ ସହାୟକ କମ୍ପାନୀ ସ୍ୱରୂପ ଜିଓ ପ୍ଲାଟଫର୍ମ ଏକ ପରବର୍ତୀ ପିିଢିର ପ୍ରଯୁକ୍ତିବିଦ୍ୟା କମ୍ପାନୀ ଭାବେ ଜିଓର ଅଗ୍ରଣୀ ଡିଜିଟାଲ୍ ଆପ୍‌, ଡିଜିଟାଲ୍ ଇକୋସିଷ୍ଟମ୍ ଏବଂ ଭାରତର ଏକ ନମ୍ବର ହାଇସ୍ପିଡ୍ କନେକ୍ଟିଭିଟି ପ୍ଲାଟଫର୍ମକୁ ଗୋଟିଏ ଛାତ ତଳେ କାର୍ଯକାରୀ କରାଇ  ଭାରତ ପାଇଁ ଏକ ଡିଜିଟାଲ୍ ସୋସାଇଟି ର୍ନିମାଣ କରୁଛି ।

୩୮୮ ନିୟୁତରୁ ଅଧିକ ଗ୍ରାହକଙ୍କୁ କନେକ୍ଟିଭିଟି ପ୍ଲାଟଫର୍ମ ପ୍ରଦାନ କରୁଥିବା ରିଲାଏନ୍ସ ଜିଓ ଇନଫୋକମ୍ ଲିଃ ଜିଓ ପ୍ଲାଟଫର୍ମର ମାଲିକାନାତ୍ୱରେ ଏକ ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଭାବରେ କାର୍ଯ୍ୟ କରିବା ଜାରିରହିବ ।

କୋଭିଡ୍‌-୧୯ ମହାମାରୀ ଦ୍ୱାରା  ବିଶ୍ୱ ସମେତ ଭାରତରେ ସୃଷ୍ଟି ହୋଇଥିବା ଭୟଙ୍କର ଅର୍ଥନୈତିକ ସଙ୍କଟ ପରିପ୍ରେକ୍ଷୀରେ ବିଶ୍ୱସ୍ତରରେ ବୈଷୟିକ କ୍ଷେତ୍ରର ଏକ ପ୍ରମୁଖ ନିବେଶକାରୀ ସିଲଭର୍ ଲେକ ସହ ଏଭଳି ସହଭାଗିତା ନିଶ୍ଚିତ ରୂପେ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି । ଭାରତୀୟ ଅର୍ଥନୀତିର ପୁନର୍ବିନ୍ୟାସ ପାଇଁ ବ୍ୟାପକ ଡିଜିଟାଇଜେସନ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେବ ।ଭାରତର ଏହି ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥା ପରିବର୍ତନ ପ୍ରକ୍ରିୟାରେ ଆସିବାକୁଥିବା ନୂଆ ନିଯୁକ୍ତି ବଂ ନୂଆ ବ୍ୟବସାୟ କ୍ଷେତ୍ରରେ ଏହି ବ୍ୟାପକ ନୂତନ ସୁଯୋଗରୁ ବଚିଂତ ହେବେ ନାହିଁ ।

ପ୍ରାୟ ୪୦ ବିଲିୟନ ଡଲାରର ସମନ୍ୱିତ ସଂପତି ପରିଚାଳନା କରୁଥିବା ଏବଂ ପ୍ରତିବଦ୍ଧ ପୁଞ୍ଜି  ବ୍ୟବସ୍ଥାରେ ବିଶ୍ୱର ଶ୍ରେଷ୍ଠ ବୈଷୟକ ଜ୍ଞାନକୌଶଳ ଏବଂ ବୈଷୟିକ-ସାମର୍ଥ୍ୟ ସୁଯୋଗ ଉପରେ ଏକକ ଧ୍ୟାନ ନିବଦ୍ଧ କରୁଥିବା ବିଶର୍ୱ ଅଗ୍ରଣୀ ତଥା ବୃହତ୍ ବୈଷୟିକ ନିବେଶକାରୀ ସଂସ୍ଥା ଭାବେ ସିଲଭର ଲେକ୍ ର ଖ୍ୟାତି ରହିଛି ।

ବିଶ୍ୱସ୍ତରୀୟ ପରିଚାଳନା ଟିମ୍ ସହ ଅଂଶୀଦାର ହୋଇ  ବୃହତ୍ କମ୍ପାନୀ ଗଠନ କରିବା ଏବଂ ଅଭିବୃଦ୍ଧି  ଆଣିବା ଏହାର ଲକ୍ଷ୍ୟ ରହିଛି । ଏୟାର୍ ବିଏନବି, ଆଲିବାବା, ଏଏନ୍‌ଟି ଫାଇନାନସିଆଲ, ଆଲଫାବେଟ୍‌ସ୍‌ର ଭେରିଲି ଏବଂ ୱେମୋ ୟୁନିଟ୍‌, ଡେଲ୍ ଟେକ୍ନୋଲୋଜି, ଟ୍ୱିଟର ସମେତ ଅନ୍ୟାନ୍ୟ ଅନେକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି କମ୍ପାନୀଗୁଡିକରେ ଏହାର ପୁଞ୍ଜିନିବେଶ ରହିଛି ।

ବିଶ୍ୱସ୍ତରୀୟ ବ୍ରଡବ୍ୟାଣ୍ଡ କନେକ୍ଟିଭିଟି, ସ୍ମାର୍ଟ ଡିଭାଇସ୍‌, କ୍ଲାଉଡ୍ ଏବଂ ଏଜ୍ କମ୍ପ୍ୟୁଟିଂ, ବିଗ୍ ଡାଟା ଆନାଲିଟିକ୍ସ, ଆର୍ଟିଫିସିଆଲ୍ ଇଟେଂଲିଜେନି୍ସ, ଇଂଟରନେଟ୍ ଅଫ୍ ଥିଙ୍ଗସ୍‌, ଅଗମେଂଟେଡ୍ ଏବଂ ମିକ୍ସଡ୍ ରିଅଲିଟି ଏବଂ ବ୍ଲକ୍ ଚେନ୍ ଭଳି ଆଧୁନିକ ଉନ୍ନତ ବୈଷୟିକ କୌଶଳଗୁଡିକୁ ଉପଯୋଗ କରି  ଜିଓ ନିର୍ମାଣ କରିଥିବା ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ସିଲଭର ଲେକ୍  ବିନିଯୋଗ କରିବା ଜିଓର ବୈଷୟିକ ଉତ୍କର୍ଷର ପରିଚାୟକ ଏବଂ ଏକ ପ୍ରକାରର ସ୍ୱୀକୃତି ।

ସିଲଭର ଲେକ୍ ସହିତ ହୋଇଥିବା ସହଭାଗିତା ସମ୍ବନ୍ଧରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଅମ୍ବାନୀ, କହିଛନ୍ତି, “ସମସ୍ତ ଭାରତୀୟଙ୍କୁ ସୁବିଧା ପହଚାଂଇବା ଉଦ୍ଦେଶ୍ୟରେ ଭାରତୀୟ ଡିଜିଟାଲ ପରିବେଶ ବା ଇକୋସିଷ୍ଟମ୍‌ର ଅଭିବୃଦ୍ଧି ଏବଂ ପୁନର୍ବିନ୍ୟସ ପ୍ରକ୍ରିୟାରେ ସିଲଭର ଲେକ୍ ଭଳି ଏକ ପ୍ରତିଷ୍ଠିତ କମ୍ପାନୀକୁ ଅଂଶୀଦାର ଭାବେ ସାମିଲ କରି ମୁଁ ବେଶ୍ ଆନନ୍ଦିତ । ବିଶ୍ୱସ୍ତରରେ ପ୍ରମୁଖ ବୈଷୟିକ କମ୍ପାନୀମାନଙ୍କ ସହଭାଗୀ ହେବାରେ ସିଲଭର ଲେକର ଉଲ୍ଲେଖନୀୟ ରେକର୍ଡ ରହିଛି । ସେହିପରି ବୈଷୟିକ ଏବଂ ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ମଧ୍ୟ ସିଲଭର ଲେକ୍‌ର ସମ୍ମାନଜନକ ପ୍ରତିଷ୍ଠା ରହିଛି । ଭାରତୀୟ ଡିଜିଟାଲ୍ ସୋସାଇଟିର ପରିବର୍ତନ ଓ ପୂନର୍ବିନ୍ୟାସ ପାଇଁ ସେମାନଙ୍କର ବିଶ୍ୱସ୍ତରୀୟ ବୈଷୟିକ ସହଭାଗିତା ଅଭିଜ୍ଞତାର ସହଯୋଗ ନେଇ ଆମେ ଉତ୍ସାହିତ ।”

ପୁଞ୍ଜି ବିନିଯୋଗ ସମ୍ପର୍କରେ ସୂଚନା ଦେଇ ସିଲଭର ଲେକ୍  ସହ-ସିଇଓ ତଥା ପରିଚାଳନା ସହଭାଗୀ ଏଗନ୍ ଡର୍ବାନ୍ କହିଛନ୍ତି, “ଜିଓ ପ୍ଲାଟଫର୍ମ ହେଉଛି ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତଥା ଉଲ୍ଲେଖନୀୟ କମ୍ପାନୀ, ଯାହା ଏକ ସୁଦୃଢ ତଥା ଔଦ୍ୟୋଗିକ ପରିଚାଳନା ଗୋଷ୍ଠୀ ଦ୍ୱାରା ପରିଚାଳିତ ଯେଉଁମାନେ ଏକ ସାହସିକ ଦୂରଦୃଷ୍ଟିକୁ ସଂଚାଳନ କରୁଛନ୍ତି ଏବଂ  ବାସ୍ତବରେ ରୂପାୟିତ  କରୁଛନ୍ତି ।

ସେମାନେ ଅସାଧାରଣ ଇଞ୍ଜିନିୟରିଂ କ୍ଷମତା ଆଣିବା ସହିତ ବିଶାଳ ସଂଖ୍ୟକ ସାଧାରଣ ଗ୍ରାହକ ଏବଂ କ୍ଷୁଦ୍ର ବ୍ୟବସାୟୀ ଗୋଷ୍ଠଙ୍କ ପାଇଁ  ସ୍ୱଳ୍ପ ମୂଲ୍ୟରେ ଡିଜିଟାଲ୍ ସେବା ଉପଲବ୍ଧ କରିବାର କ୍ଷମତା ରଖିଛନ୍ତି ।  ସେମାନେ ବ୍ୟାପକ ଓ ବିସ୍ତୃତ ବଜାର ସମ୍ଭାବନାକୁ ସଂଚାର କରୁଛନ୍ତି ଏବଂ ଜିଓର ମହତ ଲକ୍ଷ୍ୟ ଓ ମିଶନକୁ ଆଗକୁ ବଢାଇବା ପାଇଁ ମୁକେଶ ଅମ୍ବାନୀଙ୍କ ସହ ତଥା ରିଲାଏନ୍ସ ଏବଂ ଜିଓ ଟିମ୍‌ରେ ସହଭାଗୀ ହେବାକୁ ଆମନ୍ତ୍ରିତ ହୋଇଥିବାରୁ ଆମେ ଗର୍ବିତ ଏବଂ ଆନନ୍ଦିତ ।”

Comments are closed.