ଭୁବନେଶ୍ୱର: ସରକାରଙ୍କ ଦ୍ବାରା ଗଜପତି ଜିଲ୍ଲାକୁ ଗ୍ରୀନ୍ ଜୋନ୍ ଭାବେ ଘୋଷଣା କରାଯିବାର ଗୋଟିଏ ଦିନ ପରେ ଜିଲ୍ଲାପାଳ ଏକ ନୂତନ ନିର୍ଦ୍ଦେଶାନାମା ଜାରି କରିବା ସହ ମଦ ବିକ୍ରି ଉପରେ କଟକଣା ଲଗାଇଛନ୍ତି।
ଉକ୍ତ ନିୟମାବଳୀ ଅନୁଯାୟୀ ମେ ୪ରୁ ୧୭ ପର୍ଯ୍ୟନ୍ତ ବଢିଥିବା ଲକଡାଉନ ଅବଧି ଯାଏଁ ଏହି କଟକଣା ବଳବତ୍ତର ରହିବ। ଏହାଛଡା ଏହି ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନ, ଧାର୍ମିକ ସ୍ଥାନ, ଯାନବାହନ, ମଲ୍, ସିନେମା ହଲ୍, କ୍ରୀଡା କମ୍ପ୍ଲେକ୍ସ, ଜିମ୍, ବାର୍ ଏବଂ ସାମାଜିକ ସମାବେଶ ମଧ୍ୟ ବନ୍ଦ ରହିବ।
ସେହିପରି ଅନୁମତିପ୍ରାପ୍ତ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ଗୁଡିକ ସକାଳ ୬ଟାରୁ ୧୦ଟା ଏବଂ ୫ଟାରୁ ୭ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶରେ କହିଛନ୍ତି।
ଆହୁରି ମଧ୍ୟ ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ ଘରୁ ବାହାରକୁ ବାହାରିବାକୁ ଦିଆଯିବ ନାହିଁ ବୋଲି ଉକ୍ତ ନିର୍ଦ୍ଦେଶରେ ଦର୍ଶାଯାଇଛି।
Comments are closed.