Latest Odisha News

BREAKING NEWS

ଉଗ୍ର ହେଉଛି କରୋନା: ଭାରତରେ ୧୭ ଶହ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୯୫୨ ରେ ପହଞ୍ଚିଥିବା ବେଳେ ୧୭୮୩ ଜଣଙ୍କର ମୃତ୍ୟୁ ଘଟିଛି । ଗତ ୧୧ ଦିନ ମଧ୍ୟରେ ଏହି ସଂଖ୍ୟା ଦ୍ଵିଗୁଣିତ ହୋଇଥିବା ରିପୋର୍ଟରେ ପ୍ରକାଶ ।

ଭାରତରେ ଏପର୍ଯ୍ୟନ୍ତ ୩୫,୯୦୨ ଟି ସକ୍ରିୟ ମାମଲା ରହିଥିବା ବେଳେ ୧୫୨୬୬ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି ।

Comments are closed.