Latest Odisha News

BREAKING NEWS

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ୬ ପଞ୍ଚାୟତ କଣ୍ଟେନ୍‌ମେଣ୍ଟଜୋନ୍ ଭାବେ ଘୋଷିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ଆଜି ରସୁଲପୁର ବ୍ଲକର ରାହାମ୍ବା, ଭୋଟକା, ରସୁଲପୁର, ଶ୍ରୀବନ୍ତପୁର, ଜାବରା ଏବଂ ନାଥବର ଗ୍ରାମ ପଞ୍ଚାୟତର ୧୩ଟି ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷିତ କରିଛନ୍ତି ।

ଆଜି ଯାଜପୁର ଜିଲ୍ଲାର ରାହାମ୍ବା ଗ୍ରାମ ପଞ୍ଚାୟତର ସଦାନନ୍ଦପୁର ଗ୍ରାମରେ ସେହିପରି ବୁଧବାର ଦିନ ରସୁଲପୁର ପଞ୍ଚାୟତର ନାଥବର ଗ୍ରାମରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଯାଜପୁର ଜିଲ୍ଲାର ଯେଉଁ ୧୩ଟି ଗ୍ରାମ ଗୁଡ଼ିକ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷିତ ହୋଇଛି ସେହି ଗ୍ରାମ ଗୁଡ଼ିକ ହେଲା – ରାହାମ୍ବା ପଞ୍ଚାୟତର ମିର୍ଜାପୁର, ରାହାମ୍ବା, କୋଳଥା ଓ ସଦାନନ୍ଦପୁର ଗ୍ରାମ । ସେହିପରି ରସୁଲପୁର ପଞ୍ଚାୟତର କୋଶଳପୁର, ଭୋଟକା ପଞ୍ଚାୟତର ସେରପୁର ଓ ସାନରମ୍ପେଇ ଗ୍ରାମ । ଶ୍ରୀବନ୍ତପୁର ପଞ୍ଚାୟତର ବରଲାଙ୍ଗୀ ଓ ଭଗୀରଥପୁର ଗ୍ରାମ । ଜାବରା ଗ୍ରାମ ପଞ୍ଚାୟତର ବାଉଁଶଣ୍ଟାବାଡ଼ ସ ଜାବରା ଗ୍ରାମ । ନାଥୁବର ପଞ୍ଚାୟତର ଆଦାମପୁର ଓ ନାଥୁବର ଗ୍ରାମ ।

କଣ୍ଟେନ୍‌ମେଣ୍ଟ ଜୋନ୍ ଭାବେ ଘୋଷିତ ହୋଇଥିବା ଏହିସବୁ ଗ୍ରାମଗୁଡ଼ିକରେ ମେ ୬ ତାରିଖରୁ ମେ ୧୯ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।

ଏହିସବୁ ଗ୍ରାମଗୁଡ଼ିକୁ ସାଧାରଣ ଜନତା ପ୍ରବେଶ ନିଷେଧ କରାଯିବା ସହିତ ଏପରିକି କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷିତ ଅଞ୍ଚଳଗୁଡ଼ିକ ନିକଟରେ ଯାତାୟାତ ବନ୍ଦ କରାଯାଇଛି ।

“କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷିତ ଗ୍ରାମ ଗୁଡ଼ିକର ସମସ୍ତ ଘରୁ କେହି ବାହାରକୁ ବାହାରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଏହିସମସ୍ତ ଅଞ୍ଚଳଗୁଡ଼ିକରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଡାକ୍ତରୀ ସାମଗ୍ରୀ ସମେତ ସମସ୍ତ ଅତ୍ୟାବଶକୀୟ ଜିନିଷ ଗୁଡ଼ିକୁ ଜିଲ୍ଲା ପ୍ରଶାସନ ଦ୍ୱାରା ଯୋଗାଇ ଦିଆଯିବ” । ଏହା କହିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ।

Leave A Reply

Your email address will not be published.