Latest Odisha News

BREAKING NEWS

ଭାଇଜାଗ ଗ୍ୟାସ ଲିକ୍‌: ୧୦ ମୃତ, ୫ ହଜାର ଅସୁସ୍ଥ

ବିଶାଖାପାଟନ: ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ କେମିକାଲ ପ୍ଲାଂଟରୁ ଗ୍ୟାସ ଲିକ୍ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୫ ହଜାର ଲୋକ ଅସୁସ୍ଥ ହୋଇଛନ୍ତି । ବିଷାକ୍ତ ଗ୍ୟାସ ନିର୍ଗତ ଯୋଗୁଁ ପ୍ଲାଂଟର ୩ କିଲୋମିଟର ଅଂଚଳର ୨୦ଟି ଗାଁ ପ୍ରଭାବିତ ହୋଇଛି । ତେବେ ବର୍ତମାନ ଘଟଣା ନିୟନ୍ତ୍ରଣରେ ରହିଛି ଏବଂ ଆଉ ବିଷାକ୍ତ ଗ୍ୟାସ ନିର୍ଗତ ହେଉନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆନ୍ଧ୍ରପ୍ରଦେଶ ପୋଲିସ ଡିଜି ।

ଆଜି ସକାଳୁ ହଠାତ୍ ଭାଇଜାଗର ଏଲଜି ପଲିମର କମ୍ପାନୀରୁ ବିଷାକ୍ତ ଗ୍ୟାସ ଲିକ ହୋଇଥିଲା । ଲୋକେ ଶୋଇଥିବା ବେଳେ କମ୍ପାନୀରୁ ନିର୍ଗତ ହୋଇଥିବା ଷ୍ଟାଇରିନ୍ ଗ୍ୟାସ ସଂସ୍ପର୍ଶରେ ଆସିଥିଲେ । ଏବଂ ସଙ୍ଗେ ସଙ୍ଗେ ଅସୁସ୍ଥ ହୋଇପଡିଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଯିଏ ଯେଉଁଠି ଥିଲେ ଟଳିପଡିଥିଲେ । ମୃତକଙ୍କ ମଧ୍ୟରେ ଦୁଇ ଜଣ ବରିଷ୍ଠ ନାଗରିକ ଓ ଜଣେ ୮ ବର୍ଷର ଝିଅ ରହିଛନ୍ତି ।

Leave A Reply

Your email address will not be published.