Latest Odisha News

ଯାଜପୁରରୁ ଆଜି ଚିହ୍ନଟ ୩ ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ ସବିଶେଷ ତଥ୍ୟ

ଯାଜପୁର: ମଙ୍ଗଳବାର ଦିନ ଯାଜପୁର ଜିଲ୍ଲାରୁ ଆଉ ୩ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୩ ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ୬୪ ଜଣ କୋରୋନା ରୋଗରେ ଆକ୍ରାନ୍ତ ଚିହ୍ନଟ ହେଲେ ।

ଆଜି ଚିହ୍ନଟ ୩ ଜଣଙ୍କ ମଧ୍ୟରୁ ଜଣେ ଯାଜପୁର ପୌରପାଳିକା ଅଂଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଦଶରଥପୁର ବ୍ଳକ ଅକରପଡା ଅଂଚଳର ବୋଲି ଜଣାପଡିଛି । ଦଶରଥପୁର ବ୍ଲକରୁ ଚିହ୍ନଟ ୨ ବ୍ୟନ୍ତି କଲିକତା ପେଂରନ୍ତା ବୋଲି ଜଣାପଡିଛି । ତେବେ ଅନ୍ୟ ଜଣଙ୍କ ଯାଜପୁର ପୌରପାଳିକା ଅଂଚଳରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ପୌରପାଳିକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଏହି ବ୍ୟକ୍ତି ଜଣକ ଜଣେ ସ୍ୱାସ୍ଥ୍ୟ କର୍ମୀ ବୋଲି ଜଣାପଡିଛି ।

ଗତ କିଛି ଦିନ ତଳେ ସେ କୋରୋନା ରୋଗୀଙ୍କ ସଂଶ୍ପର୍ଶରେ ଆସିଥିବା ଯୋଗୁଁ ସେ ସଂକ୍ରମିତ ହୋଇଥିବା କୁହାଯାଉଛି । ସେପଟେ ଯାଜପୁର ଜିଲ୍ଲାକୁ ରାଜ୍ୟ ବାହାରୁ ପ୍ରବାସୀ ମାନେ ଆସିବା ଜାରି ରହିଛି । ଆଜି ସୁଦ୍ଧା ରାଜ୍ୟ ବାହାରୁ ୧୮୩୫ ଜଣ ଜିଲ୍ଲାରେ ପହଂଚିବା ନେଇ ଜଣାପଡିଛି । ସେମାନଙ୍କୁ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଛି ।

ଜିଲାରେ ବର୍ତମାନ ସୁଦ୍ଧା ୧୪୦୦ରୁ ଉର୍ଦ୍ଧ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି ଏବଂ ସେଠାରେ ୪୫ ହଜାର ଲୋକ ରହିବା ପାଇଁ ବନ୍ଦୋବସ୍ତ କରାଯାଇଛି । ଆଜି ପୌରପାଳିକା ଅଂଚଳରେ କୋରୋନା ରୋଗୀ ଚିହ୍ନଟ ହେବା ପରେ ଏହାକୁ ନେଇ ନେଇ ଭୟଭୀତ ହୋଇପଡିଛନ୍ତି ସହରବାସୀ ।

ସେପଟେ ଯାଜପୁର ପୋୖରାଞ୍ଚଳ ରୁ କୋରୋନା ରୋଗୀ ଚିହ୍ନଟ ପରେ ପ୍ରଶାସନ ର ପଦକ୍ଷେପ । ୱାର୍ଡ ନମ୍ବର ୧୮ଏବଂ ୯ ର ଆଂଶିକ ଅଞ୍ଚଳ କୁ କଣ୍ଟେନମେଣ୍ଟ ଘୋଷଣା। ଏହି ଅଞ୍ଚଳରେ କଟକଣା ଆସନ୍ତା ଜୁନ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡିଛି।

Leave A Reply

Your email address will not be published.