Latest Odisha News

BREAKING NEWS

ଯାଜପୁରରେ ଏଯାଏଁ ପଞ୍ଜିକରଣ କଲେ ୫୦ ହଜାରରୁ ଅଧିକ ପ୍ରବାସୀ

ଯାଜପୁର: ବାହାର ରାଜ୍ୟରୁ ଯାଜପୁର ଜିଲ୍ଲାରେ ପହଞ୍ଚିବାରେ ଲାଗିଛନ୍ତି ଓଡ଼ିଆ ପ୍ରବାସୀ ଫେରନ୍ତା ।

ଯାଜପୁର ଜିଲ୍ଲାରେ ୫୦ ହଜାରୁ ଉର୍ଦ୍ଧ୍ଵ ପ୍ରବାସୀ ଫେରନ୍ତା ନିଜର ନାମ ପଞ୍ଜୀକରଣ କରିସାରିଛନ୍ତି । ସେଥିପାଇଁ ଜିଲ୍ଲାରେ ୧୪୦୦ରୁ ଉର୍ଦ୍ଧ୍ଵ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଖୋଲାଯାଇଛି ।

ଅଧିକ ପଢନ୍ତୁ: ଗ୍ରୀନ ଜୋନରେ ବସ୍ ଚଳାଇବେ ସରକାର: ପରିବହନ ମନ୍ତ୍ରୀ

ମିଳିଥିବା ସୂଚନାନୁଯାୟୀ, ସେହି କ୍ୟାମ୍ପ ଗୁଡିକର ଭିତିଭୂମି ଯାଂଚ କରିବା ପାଇଁ ଆଜି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ବରୀ ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ।

ଏହି ଗସ୍ତରେ ଯାଜପୁର ଏବଂ ବରୀ ବ୍ଲକର ବିଭିନ୍ନ ଅସ୍ଥାୟୀ ମେଡିକାଲ କ୍ୟାମ୍ପକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ଥିବା ବିଭିନ୍ନ ସୁବିଧା ଓ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ପରିଷ୍କାର ପରିଚ୍ଛନ ଏବଂ ସାମାଜିକ ଦୂରତାକୁ ସବୁବେଳେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଅସ୍ଥାୟୀ କେନ୍ଦ୍ରରେ ଅନ୍ତେବାସୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟ ସଂପର୍କରେ ମଧ୍ୟ ପଚାରିବୁଝିଥିଲେ।

Comments are closed.