Latest Odisha News

BREAKING NEWS

ଫେରୁଛନ୍ତି ପ୍ରବାସୀ: ଯାଜପୁର ରୋଡ଼ରେ ୨୪ ଘଣ୍ଟିଆ କର୍ଫ୍ୟୁ ଘୋଷଣା

ଭଦ୍ରକ: ପ୍ରବାସୀଙ୍କୁ ନେଇ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଆଜି ଯାଜପୁର-କେନ୍ଦୁଝର ରେଳ ଷ୍ଟେସନରେ ପହଞ୍ଚିବ । ଏନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ଗୁରୁବାର ମଧ୍ୟାହ୍ନ ୧୨ ଟା ରୁ ଶୁକ୍ରବାର ମଧ୍ୟାହ୍ନ ୧୨ ଟା ଯାଏଁ ଯାଜପୁର ରୋଡ଼ ସହରରେ ୧୪୪ ଆଧାରରେ କର୍ଫ୍ୟୁ ଲାଗୁ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ଜିଲ୍ଲାପାଳ ରଞ୍ଜନ ଦାଶ ଦେଇଥିବା ସୁଚନା ଅନୁଯାୟୀ, ପ୍ରତ୍ୟାବର୍ତ୍ତନକାରୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବ ସହ ଷ୍ଟେସନରୁ କ୍ଵରେଣ୍ଟାଇନ କେନ୍ଦ୍ର ପର୍ଯ୍ୟନ୍ତ ସେମାନଙ୍କୁ ପହଞ୍ଚାଇବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହେବ।
ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସାଧାରଣ ଲୋକଙ୍କ ଗତିବିଧି ଏବଂ ସମସ୍ତ ଅତ୍ୟାବଶ୍ୟକ କାର୍ଯ୍ୟକଳାପକୁ ନିଷେଧ କରାଯାଇଛି ।

ନିଷିଦ୍ଧ ଅଞ୍ଚଳରେ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଂଘନକାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.