Latest Odisha News

ଘନୀଭୂତ ହେଲା ବଙ୍ଗୋପସାଗରର ଲଘୁଚାପ ବଳୟ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଘନୀଭୂତ ହୋଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ତାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ୱେଲ ମାର୍କଡ ଲୋ ପ୍ରେସର ଏରିଆର ରୂପ ନେଇଛି ।

ଏହି ବଳୟ ସହ ସଂଶ୍ଲିଷ୍ଟ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ଟ୍ରପୋସ୍ପିୟର ମଧ୍ୟଭାଗ ପର୍ଯ୍ୟନ୍ତ ଲମ୍ବିଛି । ଏହି ୱେଲ ମାର୍କଡ ଲୋ ପ୍ରେସର ଘନୀଭୂତ ହୋଇ ଆସନ୍ତାକାଲି ବେଳକୁ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଅବପାତର ରୂପ ନେବା ସମ୍ଭାବନା ରହିଥିବା ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ପରବର୍ତ୍ତୀ ସମୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ୧୬ ତାରିଖ ସନ୍ଧ୍ୟା ବେଳକୁ ସେହି ଅଂଚଳରେ ସାମୁଦ୍ରିକ ଝଡର ରୂପ ନେବା ସମ୍ଭାବନା ରହିଛି । ଏହି ସାମୁଦ୍ରିକ ଝଡ ପ୍ରଥମେ ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଏବଂ ପରେ ଏହା ନିଜର ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗର ଆଡକୁ ମେ ୧୮-୧୯ ତାରିଖ ଯାଏ ଗତି କରିବା ସମ୍ଭାବନା ରହିଛି।

Comments are closed.