Latest Odisha News

BREAKING NEWS

ଜୁନ୍ ୩୦ ଯାଏଁ ରଦ୍ଦ ହେଲା ରେଳ ଟିକେଟ

ନୂଆଦିଲ୍ଲୀ: ରଦ୍ଦ ହେଲା ରେଳ ଟିକେଟ । ଆସନ୍ତା ଜୁନ୍ ୩୦ ଯାଏଁ ସମସ୍ତ ଟିକେଟକୁ ରେଳ ମନ୍ତ୍ରାଳୟ ରେଦ୍ଦ କରିଛି । କରୋନା ସଂକଟ ମଧ୍ୟରେ ପୁଣି ଥରେ ରେଳ ସେବା ଆରମ୍ଭ ହୋଇଥିବା ବେଳେ ଭାରତୀୟ ରେଳୱେ ପକ୍ଷରୁ ସମସ୍ତ ଟିକେଟକୁ ରଦ୍ଦ କରାଯାଇଛି । ଏଥିସହିତ ହିଁ ଟିକେଟ୍ ଟଙ୍କା ରିଫଣ୍ଡ କରିଦିଆଯାଇଛି ।

ତେବେ ଏହାଦ୍ୱାରା ଶ୍ରମିକ ତଥା ସ୍ପେଶାଲ ଟ୍ରେନ କୌଣସି ରୂପେ ପ୍ରଭାବିତ ହେବନାହିଁ ଏବଂ ପୂର୍ବ ଭଳି ଏହିସେବା ଜାରି ରହିବ ରହିବ ବୋଲି ସ୍ପଷ୍ଟ କରିଛି ମନ୍ତ୍ରାଳୟ । ଲକଡାଉନ କଟକଣା କାରଣରୁ ପାଖାପାଖି ୨ ମାସରୁ ଟ୍ରେନ ସେବା ସଂପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ଏଭଳି ପରିସ୍ଥିତିରେ ଯେଉଁମାନେ ପୂର୍ବରୁ ଟିକେଟ ବୁକ କରିଦେଇଛନ୍ତି ସେମାନଙ୍କର ଟିକେଟ ରଦ୍ଦ କରିଦିଆଯାଇଛି ।

ଏହାଛଡ଼ା ମେ ୧୨ ତାରିଖ ଦିନ ପୁନଃ ଚଳାଚଳ ଆରମ୍ଭ କରିଥିବା ୧୫ଟି ଆନ୍ତଃରାଜ୍ୟ ପାସେଞ୍ଜର୍ ଟ୍ରେନ୍ ରେଳ ମନ୍ତ୍ରାଳୟ ଘୋଷଣା ଦ୍ବାରା ପ୍ରଭାବିତ ହେବ ନାହିଁ। ସେଗୁଡ଼ିକ ବିନା ପରିବର୍ତ୍ତନରେ ଚଳାଚଳ କରିବ।

Leave A Reply

Your email address will not be published.