Latest Odisha News

ସୁରତରେ ପୋଲିସ ମାଡରେ ପ୍ରବାସୀ ଓଡିଆ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର : ସୁରତ ପୋଲିସ ନାଁରେ ସାଂଘାତିକ ଅଭିଯୋଗ । ପ୍ରବାସୀ ଓଡିଆ ଯୁବକଙ୍କୁ ପିଟିପିଟି ମାରି ଦେଇଥିବାର ଅଭିଯୋଗ । ମୃତ ଯୁବକଙ୍କ ନାଁ ସତ୍ୟ ସ୍ୱାଇଁ । ତାଙ୍କ ଘର ଗଂଜାମ ଜିଲ୍ଲା ଭଂଜନଗର ଅନ୍ତର୍ଗତ ଗରୁଡ ଗାଁରେ ।

ସୂଚନା ଅନୁଯାୟୀ, ସତ୍ୟ ସୁରତରେ ରହି କାମ କରୁଥିବା ବେଳେ ଆମ୍ରୋଲି ଅଂଚଳରେ ରହୁଥିଲେ । ତେବେ ଗତ କିଛି ଦିନ ହେବ ଏହି ଅଂଚଳରେ ରହୁଥିବା ପ୍ରବାସୀ ଓଡିଆମାନେ ନିଜ ଗାଁକୁ ଫେରିବା ପାଇଁ ଥାନାରେ ଭିଡ ଜମାଉଥିଲେ । ସେମାନଙ୍କ ଫେରିବା ନେଇ ବ୍ୟବସ୍ଥା କରିବାକୁ ସେମାନେ ପୋଲିସ ନିକଟରେ ଗୁହାରୀ କରି ଆସୁଥିଲେ । ଏହି ପରୀପ୍ରେକ୍ଷୀରେ ଗୁରୁବାର ଥାନା ନିକଟରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଏହାର କିଛି ସମୟ ପରେ ଆମ୍ରୋଲି ପୋଲିସ ଅଂଜନି ଇଣ୍ଡଷ୍ଟ୍ରିଜ ଶ୍ରମିକମାନେ ରହୁଥିବା ଅଂଚଳରେ ପଶି ଲୋକଙ୍କୁ ନିସ୍ତୁକ ପିଟିଥିଲା । ଏହି ସମୟରେ ପୋଲିସ ମାଡରେ ସତ୍ୟ ଗୁରୁତର ହୋଇପଡିଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଉଥିବା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ପରିବାର ଲୋକେ ଏହି ଘଟଣା ପାଇଁ ପୋଲିସକୁ ଦାୟୀ କରିଛନ୍ତି । ଏ ଘଟଣାରେ ଉଚିତ ନ୍ୟାୟ ସହ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.