Latest Odisha News

BREAKING NEWS

ପୁରୀର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର

ପୁରୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପୁରୀ ଶାଖା ଏବଂ ଏହାର କର୍ମଚାରୀ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ରକ୍ତଦାନ ଶିବିର ପୁରୀ ସିଟି ରୋଡ଼ରେ ଥିବା ବ୍ୟାଙ୍କର ଅବକାଶ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରକୁ ଭାରତୀୟ ଷ୍ଟେଟବ୍ୟାଙ୍କର ଉପ ମହାପ୍ରବନ୍ଧକ ଆନନ୍ଦ ବିକ୍ରମ ଓ ଷ୍ଟାଫ ଆସୋସିଏସନ ସାଧାରଣ ସମ୍ପାଦକ ଶିବ ପ୍ରସାଦ ବେହେରା ଓ ସଭାପତି ଅନୀଲ କୁମାର ପ୍ରଧାନଙ୍କ ଦ୍ୱାରା ମିଳିତ ଭାବରେ ଉଦଘାଟିତ ହୋଇଥିଲା ।

ଏହି ଶିବିରରେ ୩୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା ।

Leave A Reply

Your email address will not be published.