Latest Odisha News

BREAKING NEWS

ରଥଯାତ୍ରା: ପ୍ରଚଣ୍ଡ ଖରା ସତ୍ତ୍ୱେ ଦ୍ରୁତଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ…

ପୁରୀ: ପ୍ରଚଣ୍ଡ ଖରାରେ ଅସହ୍ୟ ଗରମକୁ ଖାତିର୍ ନ’କରି ରଥଖଳାରେ କାରିଗରମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥର ନିର୍ମାଣ କାର୍ଯ୍ୟ । ସରକାରଙ୍କ ଲକ୍‌ଡାଉନ କଟକଣାକୁ ପାଳନ କରିବା ସହିତ ସାମାଜିକ ଦୂରତା ରକ୍ଷା କରି ବଡ଼ଦାଣ୍ଡର ରଥଖଳାରେ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ ।

ପାରମ୍ପରିକ ଭାବେ ଭଉଁରୀ ନୀତି ପାଳନ ହେବା ପରେ ଆହୁରି ଅଧିକ ଉତ୍ସାହିତ ହୋଇ ଏହି କାରିଗରମାନେ ଯୁଦ୍ଧକାଳୀନ ଭିତ୍ତିରେ ରଥ ନିର୍ମାଣ କରୁଛନ୍ତି ।

ଅଧିକ ପଢନ୍ତୁ: ଆଜ୍ଞାମାଳ ପାଇବା ପରେ ରଥଖଳାରେ ସମ୍ପନ୍ନ ହେଲା ଚକଡେ଼ରା ନୀତି

 

ଶନିବାର ସନ୍ଧ୍ୟା ସୁଦ୍ଧା ୪୦ ଟି ତୁମ୍ବର ସମସ୍ତ କାର୍ଯ୍ୟ ସରିଛି । ବାକି ଦୁଇଟି ତୁମ୍ବର ବିନ୍ଧ କାର୍ଯ୍ୟ ଚାଲିଛି ।

ଅଧିକ ପଢନ୍ତୁ: ବନ୍ଧୁ ମହାନ୍ତିଙ୍କ ପାଇଁ ଶ୍ରୀଜଗନ୍ନାଥ କଲେ ଅନଶନ

ଓରା ବିନ୍ଧ କରାଯାଇ ସାରିଛି । ପୋଟଳ ଓରା , ପୋଟଳ ପାରେଣି ତିଆରି ସରିଛି । ୮ଟି ଭୂଇଁ ଖମ୍ବି ମଧ୍ୟ ତିଆରି ସରିଛି ।

୬ଟି ଚକ କାଲି ଅଖ ସଂଯୁକ୍ତ ହୋଇଥିଲା , ଆଉ ୯ଟି ଚକ କାର୍ଯ୍ୟ ଶେଷ ହୋଇଛି । ଆସନ୍ତାକାଲି ଅନ୍ୟ ଚକଗୁଡିକର କାର୍ଯ୍ୟ କରାଯିବ ।

ଅଧିକ ପଢନ୍ତୁ – ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରା; ଜାଣନ୍ତୁ କିପରି ପାଳିତ ହୁଏ…

ସେହିପରି ଭାବେ ରଥ ନିର୍ମାଣ ଆରମ୍ଭ ଦିନ ଠାରୁ ନିତ୍ୟ ନୈମିତ୍ତିକ ଭାବେ ଆଜି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣ ସଂପୃକ୍ତ ସମସ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି । ସମସ୍ତ ସେବକ ସୁସ୍ଥ ଅଛନ୍ତି ।

Leave A Reply

Your email address will not be published.