Latest Odisha News

BREAKING NEWS

ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟ ଭିତରେ ଗଡିବ ବସ୍ । ସାମାନ୍ୟ ହେବ ବସ୍ ସେବା । ନୂଆ ଗାଇଡ଼ଲାଇନ୍ ଅନୁସାରେ ରେଡ଼ ଜୋନ, ଅରେଞ୍ଜ ଜୋନରେ ବି ଚାଲିପାରିବ ଗାଡ଼ି । ରାଜ୍ୟ ଓ ରାଜ୍ୟ ଭିତରେ ବସ୍ ଚଳାଚଳ କରିବାରେ କୌଣସି ଅସୁବିଧା ହେବ ନାହିଁ । ଅନ୍ୟ ରାଜ୍ୟ ସହ କିପରି ଗାଡ଼ି ଚଳାଚଳ କରାଯାଇପାରିବ ସେନେଇ ଆଜି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କାମ ଆରମ୍ଭ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଅତି ଶୀଘ୍ର ରାଜ୍ୟ ଭିତରେ ଗାଡ଼ି ଚଳାଚଳ କରିବା ସହ ରାଜ୍ୟ ଓ ରାଜ୍ୟ ଭିତରେ ଗାଡ଼ି ଚଳାଚଳ ଆରମ୍ଭ ହେବ । ତେବେ ୫୦ ପ୍ରତିଶତ ଯାତ୍ରୀରେ ହିଁ ଗାଡ଼ି ଚାଲିବ ବୋଲି ମଧ୍ୟ ସ୍ପଷ୍ଟ କରିଯାଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନୀତିରେ କୌଣସି ପରିବର୍ତ୍ତନ ହେବନାହିଁ ।

ଚତୁର୍ଥ ପର‌୍ୟ୍ୟାୟ ଲକଡାଉନ୍ ଘୋଷଣା ପରେ ପରିବହନ ନୀତିରେ କୋହଳ କରାଯାଇଛି । ପୂର୍ବରୁ ରେଡ଼ଜୋନରେ ଓ ଅରେଞ୍ଜ ଜୋନରେ ଗାଡ଼ି ଗଡ଼ିବ ବୋଲି ଯେଉଁ ନିଷ୍ପତ୍ତି ହୋଇଥିଲା, ତାହା ଗତକାଲି କୋଳହ ହୋଇଛି ।

Comments are closed.