Latest Odisha News

BREAKING NEWS

୧୫ ଦିନ ମଧ୍ୟରେ ମିଳିବ ବନ୍ୟଜନ୍ତୁ ଆକ୍ରମଣ ଜନିତ କ୍ଷତିପୂରଣ

ଭୁବନେଶ୍ୱର : ବନ୍ୟଜନ୍ତୁ ଆକ୍ରମଣରେ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୧୫ ଦିନ ଭିତରେ କ୍ଷତିପୂରଣ ଦିଆଯିବ ।

ଓଡିଶାରେ ଥିବା ୧୯୭୪ ମସିହାର ବନ୍ୟଜନ୍ତୁ ସଂରକ୍ଷଣ ଆଇନକୁ ସରକାର ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଓଡିଶାରେ ବନ୍ୟଜନ୍ତୁ ଆକ୍ରମଣରେ ଅଧିକାଂଶ ସମୟରେ ସାଧାରଣ ଲୋକଙ୍କ ଜୀବନହାନି ଘଟୁଛି । ଏହାକୁ ଦୃଷ୍ଟିରେ ରଖି ଏହି ଆଇନର ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଏନେଇ ମୁଖ୍ୟ ବନ୍ୟଜନ୍ତୁ ତତ୍ତ୍ୱାବଧାରକ ସନ୍ଦୀପ ତ୍ରୀପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି “ଏବେ ବନ୍ୟଜନ୍ତୁ ଆକ୍ରମଣ ଜନିତ ଜୀବନହାନି ଘଟିଲେ ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦିଆଯିବ । ତେବେ ସମ୍ପୃକ୍ତ ଫରେଷ୍ଟ ରେଂଜର ସ୍ଥାନୀୟ ସରପଞ୍ଚଙ୍କ ରିପୋର୍ଟ ଅନୁଯାୟୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ” ।

ଆହୁରି ମଧ୍ୟ ପୂର୍ବରୁ ଥିବା ୩୦ ଦିନ ପରିବର୍ତ୍ତେ ଏବେ ବନ୍ୟଜନ୍ତୁ ଦ୍ୱାରା ଶିକାର ହୋଇଥିବା ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ । ନୂଆ ନିୟମ ଅନୁସାରେ ଜଙ୍ଗଲ ଓ ପରିବେଶ ବିଭାଗ ଏନେଇ ଏକ ପ୍ରସ୍ତାବ ସରକାରଙ୍କୁ ଦେଇଥିବା କଥା କହିଛନ୍ତି ମୁଖ୍ୟ ବନ୍ୟଜନ୍ତୁ ତତ୍ୱାବଧାରକ ସନ୍ଦୀପ ତ୍ରୀପାଠୀ ।

Leave A Reply

Your email address will not be published.