Latest Odisha News

BREAKING NEWS

ବାଲେଶ୍ୱର ଓ ଭଦ୍ରକରେ ସନ୍ଧ୍ୟାରେ ବଢ଼ିପାରେ ପବନର ବେଗ: ଆଇଏମ୍‌ଡି

ନୂଆଦିଲ୍ଲୀ: ବତ୍ୟା ଅମ୍ଫାନ ଯୋଗୁଁ ଉତ୍ତର ଓଡ଼ିଶାରେ ବଢ଼ୁଛି ପବନର ବେଗ । ଏବେ ଏହା ପଶ୍ଚିମବଙ୍ଗକୁ ଗତି କରିଛି, କିନ୍ତୁ ଏହାର ପ୍ରଭାବ ଉତ୍ତର ଓଡ଼ିଶାରେ ପଡିଛି । ବାଲେଶ୍ୱରରେ ୯୧ କିଲୋମିଟର ବେଗରେ ପବନ ବହୁଛି । ଏନେଇ ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି ।

ସେହିପରି ଚାନ୍ଦବାଲିରେ ମଧ୍ୟ ୭୪ କିଲୋମିଟର ବେଗରେ ପବନ ବହୁଛି । ତେବେ ବାଲେଶ୍ୱର, ଭଦ୍ରକରେ ସନ୍ଧ୍ୟାରେ ପବନ ଆହୁରି ବଢିବାର ଆଶଙ୍କା ରହୁଛି । ୯୦ରୁ ୧୦୦ କି.ମି ଯାଏଁ ଏହି ଦୁଇ ଜିଲ୍ଲାରେ ପବନ ବଢିପାରେ । ସନ୍ଧ୍ୟା ପରେ ପବନର ବେଗ କମିବ । କେନ୍ଦ୍ରାପଡା, ଗଜତସିଂହପୁରରେ ଏବେ ୩୦ରୁ ୪୦ କିମି ବେଗରେ ପବନ ବହୁଛି ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି । ସେପଟେ ବାତ୍ୟା ପରବର୍ତ୍ତୀ ମୁକାବିଲା ଆଉ ଉଦ୍ଧାର କାର‌୍ୟ୍ୟ ପାଇଁ ଓଡିଶାରେ ୨୦ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି । ପଶ୍ଚିମବଙ୍ଗରେ ୧୯ଟି ଟିମ୍ ମୁତୟନ ଅଛନ୍ତି । ବାଲେଶ୍ୱରରେ ୬ଟି ଟିମ୍, କେନ୍ଦ୍ରାପଡାରେ ୩ଟି, ଭଦ୍ରକରେ ୪ଟି ଏବଂ ଜଗତସିଂହପୁରରେ ୪ଟି ଏନଡିଆରଏଫ ଟିମ୍ ଉଦ୍ଧାରକାମ ପାଇଁ ମୁତୟନ ଅଛନ୍ତି ବୋଲି ଏନଡିଆରଏଫ ଡିଜି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.