Latest Odisha News

BREAKING NEWS

ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ୨ମୃତ ଓ ୧୦ ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲାର ଚରମ୍ପାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଏକ ତୀର୍ଥଯାତ୍ରୀ ବସ ଉତ୍ତରପ୍ରଦେଶରୁ ପୁରୀକୁ ଯାଉଥିବାବେଳେ ଭଦ୍ରକର ଚରମ୍ପା ଠାରେ ଏକ ବାଉଁଶ ବୋଝେଇ ଟ୍ରକକୁ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିଲା । ଏହି ଅଘଟଣରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ନେଇ ଜଣାପଡିଛି ।

ମୃତକ ୨ଜଣଙ୍କ ମଧ୍ୟରେ ରାମ ସାଗର ଯାଦବ ବସର ଡ୍ରାଇଭର ହୋଇଥିବାବେଳେ ଅନ୍ୟ ଜଣେ ଯାତ୍ରୀ ଶିବ ନାରାୟଣ ପତି ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଆହତ ମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଏହି ବସରେ ୫୦ରୁ ଅଧିକ ଯାତ୍ରୀ ରହିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.