Latest Odisha News

BREAKING NEWS

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର୍: ପୋଲିସ ଗୁଳିରେ କୁଖ୍ୟାତ ଅପରାଧି ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡ଼େରାବିଶ ଥାନା ଅନ୍ତର୍ଗତ ଦେଶପୁର ନିକଟରେ ଆଜି ରବିବାର ସକାଳେ ପୋଲସ ସହିତ କୁଖ୍ୟାତ ଅପରାଧିଙ୍କ ଏନକାଉଣ୍ଟର୍ ହୋଇଛି । ଏହି ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧି ଆହତ ହୋଇଥିବାର ସୂଚନା ମିଳିଛି ।

କୁଖ୍ୟାତ ଅପରାଧି ଜଣକ ୩୬ ବର୍ଷ ବୟସ୍କ ସନ୍ତୋଷ ମଲ୍ଲିକ ବୋଲି ଜଣାପଡ଼ିଛି ।

ଦେଶପୁର ଅଞ୍ଚଳରେ ସନ୍ତୋଷ ତା’ର ଗ୍ୟାଙ୍ଗ ସହିତ ଡ଼କାୟତି କରିବାର ମସୁଧା ଚଳାଇଥିବା ବେଳେ ପୋଲିସ ଏସମ୍ପର୍କରେ ସୁରାକ ପାଇ ସନ୍ତୋଷକୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲା ।

କୁଖ୍ୟାତ ସନ୍ତୋଷକୁ ଧରିବାକୁ ଗଲାବେଳେ ସେ ପୋଲିସ ଉପରକୁ ଆଖିବୁଜା ଗୁଳିଚାଳନା କରି ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲା ।

ତେଣୁ ପୋଲିସ ଏନକାଉଣ୍ଟର୍ କରିବା ପରେ ସନ୍ତୋଷର ଡ଼ାହାଣ ଗୋଡ଼ରେ ଗୁଳି ବାଜିଥିଲା ।

ସେହିଠାରେୁ ଟଳିପଡ଼ିଥିଲା କୁଖ୍ୟାତ ଅପରାଧି ସନ୍ତୋଷ ।

ସନ୍ତୋଷକୁ ଚିକିତ୍ସା ନିମନ୍ତେ ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

ପୋଲିସ ଘଟଣାସ୍ଥଳରୁ ସନ୍ତୋଷଠୁ ଏକ ପିସ୍ତଲ୍ ଏବଂ ଏକ ମୋଟର ସାଇକେଲ ଜବତ କରିଛି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି, ସନ୍ତୋଷ ନାମରେ ହତ୍ୟା, ଡ଼କାୟତି ସମେତ ୬୦ଟି ବିଭିନ୍ନ ଅପରାଧିକ ମାମଲା ରହିଛି ।

Leave A Reply

Your email address will not be published.