Latest Odisha News

ନବରଙ୍ଗପୁର : ମୋରମ ଖାତରେ ବୁଡି ୨ମୃତ ଓ ଜଣେ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର କଶାଗୁଡା ବ୍ଲକ ଅନ୍ତର୍ଗତ ଚିରମା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ଚିରମା ଗ୍ରାମ ନିକଟସ୍ଥ ଏକ ମୋରମ ଖାତରେ ୩ଜଣ ବାଳକ ବୁଡି ଯିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଏଥିସହିତ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବାଳକ ଗୁରୁତର ଥିବା ନେଇ ସୁତ୍ରରୁ ପ୍ରକାଶ ।

ମୃତକଙ୍କ ନାମ ନିତେଶ ବିଷାଇ (୬) ଓ ତୁଷାର ବିଷୋଇ (୧୪) ଏବଂ ଅନ୍ୟ ଜଣଙ୍କ ନାମ ଶିବ ବିଷୋଇ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ଏହି ବାଳକମାନେ କୌଣସି କାରଣବଶତଃ ପାଣି ଭର୍ତ୍ତି ଖାଲ ମଧ୍ୟକୁ ଯାଇଥିବାବେଳେ ଦୁର୍ଭାଗ୍ୟବଶତଃ ପାଣିରେ ବୁଡି ଯାଇଥିଲେ ।

ତେବେ ଉକ୍ତ ବାଳକମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.