Latest Odisha News

BREAKING NEWS

ଝାରସୁଗୁଡ଼ାରେ ବର୍ଷକର ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଝାରସୁଗୁଡ଼ା ପ୍ରଶାସନ।

ପ୍ରାପ୍ତ ସୂଚନାନୁଯାୟୀ, ସମ୍ପୃକ୍ତ ଆକ୍ରାନ୍ତ ଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ କନ୍ୟା ରହିଥିବା ବେଳେ ଅନ୍ୟ ଜଣେ ବ୍ରଜରାଜନଗରର ୪୦ ବର୍ଷୀୟ ବ୍ୟକ୍ତି ରହିଛନ୍ତି।

ଏହି ଶିଶୁ କନ୍ୟାଟି ଝାରସୁଗୁଡା ମଙ୍ଗଳବଜାର ଅଞ୍ଚଳର ହୋଇଥିଲା ବେଳେ
ଗତକାଲି ମଧ୍ୟ ଏହି ପରିବାରର ଜଣେ ୫ ବର୍ଷର ଶିଶୁ କରୋନା ପଜିଟିଭ ବାହାରିଥିଲା।

ଏହାଛଡା ନିକଟ ଅତୀତରେ ଉକ୍ତ ଶିଶୁର ପରିବାର ରାଜ୍ୟ ବାହାରୁ ଫେରିଥିବା ବେଳେ ସମସ୍ତେ କ୍ୱାରେନଣ୍ଟାଇନରେ ଥିଲେ।

ସେହିପରି ଅନ୍ୟ ଆକ୍ରାନ୍ତ ଜଣକ ମହାରାଷ୍ଟ୍ରରୁ ଫେରି କ୍ୱାରେନଣ୍ଟାଇନରେ ଥିଲେ ।

Comments are closed.