ନୂଆଦିଲ୍ଲୀ: କରୋନା ପାଇଁ ସାରାଦେଶରେ ଲକଡାଉନ ଘୋଷଣା। ଲୋକମାନେ ମଧ୍ୟ ଏହାକୁ ନେଇ ସଚେତନ ହୋଇ ଗଲେଣି । ଅତି ଆବଶ୍ୟକ ନଥିଲେ କେହି ଘରୁ ବାହାରୁ ନାହାନ୍ତି । କରୋନା କଟକଣା ମଧ୍ୟରେ ଦେଶର ସମସ୍ତ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନମାନଙ୍କୁ ବନ୍ଦ ରଖାଯାଇଛି ।
ମାତ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ ସ୍କୁଲ ଖୋଲିବା ନେଇ ନିର୍ଦ୍ଦେଶ ଦେଇଥିବା କିଛି ଗଣମାଧ୍ୟମରେ ପ୍ରସାରିତ ହେଉଛି । ଏହା କେତେ ସତ କେତେ ଗୁଜବ ଆସନ୍ତୁ ଜାଣିବା ।
ଦେଶର ସମସ୍ତ ସ୍କୁଲ ଖୋଲିବା ପାଇଁ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇଥିବା କିଛି ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହା ଉପରେ ସ୍ପଷ୍ଟୀକରଣ ଜାରି କରିଛନ୍ତି ଗୃହ ମନ୍ତ୍ରଣାଳୟ।
ଏହାକୁ ଗୁଜବ ବୋଲି ସ୍ପଷ୍ଟ କରିବା ସହ ଏପରି କୌଣସି ନିଷ୍ପତ୍ତି ଗୃହ ମନ୍ତ୍ରଣାଳୟ ନେଇନଥିବା କୁହାଯାଇଛି। ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନିଷ୍ପତ୍ତି ଏବେ ମଧ୍ୟ ବଳବତ୍ତର ରହିଥିବା ସୂଚନା ମିଳିଛି ।
ତେବେ ଦେଶର ଏହି ସଙ୍କଟ ସମୟରେ କୌଣସି ଗୁଜବ ପ୍ରଚାର ନକରିବା ସହ କୌଣସି ଗୁଜବକୁ ବିଶ୍ୱାସ ମଧ୍ୟ ନକରିବାକୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।
Comments are closed.