Latest Odisha News

ଟ୍ୟାକ୍ସ ମାମଲାରେ ବିସିସିଆଇ-ଆଇସିସି ସାମ୍ନା ସାମ୍ନି: ଟି୨୦ ବିଶ୍ୱକପ ଘୁଂଚିପାରେ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଓ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟ୍ୟାକ୍ସ ମାମଲାରେ ସାମ୍ନା ସାମ୍ନି ହୋଇଛନ୍ତି । ଫଳରେ ଟି୨୦ବିଶ୍ୱକପ ୨୦୨୧ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଆୟୋଜକ ଭାରତଠାରୁ ଆଇସିସି ଟ୍ୟାକ୍ସ ଛାଡ ଆଶା କରୁଛି । ଏହା ନ ହେଲେ ୭୫୬ କୋଟି ଟଙ୍କା କ୍ଷତି ହେବ ବୋଲି ଆଇସିସି କହିଛି ।

ଅପରପକ୍ଷରେ ବିସିସିଆଇ ୩୦ ଜୁନ ପର୍ଯ୍ୟନ୍ତ ସମୟ ମାଗିଛି । ୨୦୧୬ରେ ଏହି ବିବାଦର ସୂତ୍ରପାତ ହୋଇଥିଲା । ୨୦୧୮ରେ ଆଇସିସି ଭାରତକୁ ଚେତାବନୀ ଦେଇଥିଲା । ଆବଶ୍ୟକ ପଡିଲେ ଭାରତଠାରୁ ଆୟୋଜନ ଅଧିକାର ଛଡାଇ ନିଆଯାଇପାରେ ବୋଲି ଆଇସିସି ଚେତାବନୀ ଦେଇଛି ।

Leave A Reply

Your email address will not be published.