Latest Odisha News

BREAKING NEWS

କେନ୍ଦ୍ରାପଡ଼ାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଗାଡ଼ିକୁ ଟମାଟୋ ମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ କଂଗ୍ରେସ କର୍ମୀ ଟମାଟୋ ମାଡ଼ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗରଠାରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ଗାଡ଼ି ଉପରକୁ କଂଗ୍ରେସ କର୍ମୀମାନେ ଟମାଟୋ ଫିଙ୍ଗିଥିବା ବେଳେ କଳାପତାକା ପ୍ରଦର୍ଶନ କରିଛନ୍ତି ।

ମିଳିଥିବା ସୂତ୍ରରୁ ଜଣାପଡ଼ିଛି, କେନ୍ଦ୍ରାପଡ଼ା ଜିଲ୍ଲାରେ ମନ୍ତ୍ରୀ ଶ୍ରୀଯୁକ୍ତ ସାହୁ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିବାକୁ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହି ଘଟଣା ସମ୍ପର୍କରେ ଅବଗତ ହୋଇ ପୋଲିସ ୧୫ ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି ।

କଂଗେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି ଅଭିଯୋଗ କରିଛନ୍ତି, ସଠିକ୍ ହିତାଧିକାରୀଙ୍କୁ ରେସନ କାର୍ଡ଼ ବଣ୍ଟନ ନହୋଇ ବିଜେଡ଼ି କର୍ମୀ ମାନଙ୍କୁ ଦିଆଯାଇଛି ।

ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ରେସନ କାର୍ଡ଼ ବଣ୍ଟନରେ ଅବ୍ୟବସ୍ଥା ନେଇ ନିଆଳ ଛକଠାରେ ମନ୍ତ୍ରୀଙ୍କ ଗାଡ଼ି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲିସ କଂଗ୍ରେସ ବିଧାୟକଙ୍କୁ ବିକ୍ଷୋଭ ପ୍ରଦର୍ଶନରୁ ନିବୃତ୍ତ କରିଥିଲେ ।

Leave A Reply

Your email address will not be published.