Latest Odisha News

BREAKING NEWS

ବଡ଼ ପରଦାରେ କମାଲ୍ କରୁଛି ‘ସୁଇ-ଧାଗା’

କିଛିଦିନର ଅବ୍ୟାହତି ପରେ ସିନେମା ହଲକୁ ମେଡ୍ ଇନ୍ ଇଣ୍ଡିଆର ଯାଦୁ ଚାଲିଆସିଛି । ଏକଥା ଶୁଣି ଟିକିଏ ଆଶ୍ଚର୍ଯ୍ୟ ଲାଗିପାରେ, କାରଣ ସିନେମା ହଲ୍ରେ ‘ସୁଇ-ଧାଗା’ ରିଲିଜ୍ ହୋଇଛି ।

ଏହି କାହାଣୀଟି ଛୋଟ ପରିବାରରେ ରହୁଥିବା ସ୍ୱାମୀ-ସ୍ତ୍ରୀଙ୍କ କାହାଣୀ ଅଟେ । ନିଜ ଚାକିରିକୁ ନେଇ ସବୁଦିନ ଚିନ୍ତିତ ରହୁଥିବା ଲୋକଟି ସବୁକିଛି ଠିକ୍ ଅଛି ମାତ୍ର ଏହି ଠିକ୍ ପଛରେ ବହୁତ ଗୁଡ଼ିଏ ରହସ୍ୟ ରହିଯାଉଛି । ଏହି ରହସ୍ୟକୁ ଅନ୍ୟ କେହି ନୁହେଁ ବରଂ ଦରଜୀର ପତ୍ନୀ ମମତା ଖୋଜି ଚାଲିଛି । ମୁଖ୍ୟତଃ କହିବାକୁ ଗଲେ ‘ସୁଇ ଧାଗା’ ଏକ ସାଧାରଣ ଲୋକର ସଂଘର୍ଷମୟ କାହାଣୀ ।

ସିନେମାଟିରେ ଗ୍ଲାମର୍ସ ଦେଖିବାକୁ ମିଳିବ ନାହିଁ । କାହିଁକିନା ଏକ ସାଧାରଣ ଶାଢ଼ୀ ପିନ୍ଧି ଅନୁଷ୍କା ଦର୍ଶକମାନଙ୍କ ମନ କିଣିନେବାରେ ସକ୍ଷମ ହୋଇଛନ୍ତି । ସେହିଭଳି ବରୁଣ ମଧ୍ୟ ସାଦାସିଧା ଗେଟ୍ଅପ୍ରେ ନଜର ଆସିଛନ୍ତି ।

ମମତା (ଅନୁଷ୍କା) ନିଜ ସ୍ୱାମୀ ମୌଜି (ବରୁଣ)ଙ୍କୁ ସବୁ ସମସ୍ୟାରେ ସାହସ ବଢ଼ାଉଛନ୍ତି । ଯେପରି ଏକ ସାଧାରଣ ସ୍ତ୍ରୀ ସବୁ ପରିସ୍ଥିତିରେ ସ୍ୱାମୀଙ୍କ ଧୈର୍ଯ୍ୟ ବଢ଼ାଏ ସେହିଭଳି ଏହି ସିନେମାରେ ମଧ୍ୟ ପ୍ରଦର୍ଶିତ ରହିଛି । ଆସ୍ତେ ଆସ୍ତେ ଉଭୟେ ପରିଶ୍ରମ ପୂର୍ବକ ନିଜର ଏକ ବ୍ୟବସାୟ ପ୍ରତିଷ୍ଠା କରିପାରୁଛନ୍ତି । ସିନେମାଟିର ସଂଳାପ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁପାରିଛି ।

ସିନେମାଟିକୁ ଦେଖିଲେ ଆପଣଙ୍କୁ ଲାଗିବ, ଯେପରି ଏହା ଆପଣଙ୍କ ପଡ଼ୋଶୀ ଘରର କଥା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଣେ ବେରୋଜଗାର ଲୋକକୁ ଏହା ଖୁବ୍ ଉତ୍ସାହ ପ୍ରଦାନ କରିପାରିବ । ଏହାକୁ ଶରତ କଟାରିୟା ନିର୍ଦ୍ଦେଶନା ଦେଇଥିବା ପ୍ରାୟ ୪୦ କୋଟି ବଜେଟ୍ରେ ଏହା ନିର୍ମିତ ହୋଇଛି ।

Leave A Reply

Your email address will not be published.