Latest Odisha News

BREAKING NEWS

ତିତଲି ବାତ୍ୟା: ଓଡ଼ିଶାର ୫ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର : ବାତ୍ୟା ତିତଲି ତୀବ୍ର ଗତିରେ ଓଡ଼ିଶା ଉପକୂଳ  ଆଡେ ମୁହାଁଉଥିବାବେଳେ ଆଉ ମାତ୍ର ୧୨ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବ । ଏହାକୁ ନଜରରେ ରଖି ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ସରକାର ୫ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସମେତ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରିବା ସହ ବନ୍ଦ କରିଛନ୍ତି ।

ରାଜ୍ୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ସମେତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ସମ୍ଭାବ୍ୟ ବାତ୍ୟାସ୍ଥିତିର ମୁକାବିଲା ପାଇଁ ରାଜ୍ୟସରକାର ଆଜି ୫ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସହିତ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି ।

“ଏହି ତିତଲି ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡକୁ ଅଧିକ ପ୍ରଭାବିତ କରିବା ଆଶଙ୍କା କରି ସରକାରଙ୍କ ତରଫରୁ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ରେର୍ଡ ଆଲର୍ଟ କରାଯାଇଥିବା ବେଳେ ସମସ୍ତ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରାଯାଇଛି” ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବାତ୍ୟାର ପ୍ରଭାବ ଆଉ କେଉଁକେଉଁ ଜିଲ୍ଲାରେ ପଡିପାରେ ଓ ତାର ମୁକାବଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି ।

ଅନ୍ୟପକ୍ଷରେ ରେଡ ୱାଣ୍ଣିଂ ଜାରି କରାଯାଇଥିବା ଏହି ୫ଟି ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା କଲେଜ ନିର୍ବାଚନକୁ ବାତିଲ କରାଯାଇପାରେ ବୋଲି ମଧ୍ୟ ସୂଚନା ମିଳୁଛି ।

Leave A Reply

Your email address will not be published.