Latest Odisha News

BREAKING NEWS

ବାତ୍ୟା ତିତଲି: ସମୁଦ୍ର ମଧ୍ୟରୁ ୨୬ ଆନ୍ଧ୍ର ମତ୍ସଜୀବୀ ଉଦ୍ଧାର

ବ୍ରହ୍ମପୁର : ଭାରତୀୟ କୋଷ୍ଟ ଗାର୍ଡ, ଏନଡିଆରଏଫ ଓ ଓଡ୍ରାଫ ଟିମର ମିଳିତ ଉଦ୍ୟମରେ ଗୁରୁବାର ସକାଳୁ ଆନ୍ଧ୍ରପ୍ରଦେଶର ପାଖାପାଖି ୨୬ ଜଣ ମତ୍ସଜୀବୀଙ୍କୁ ଗୋପାଳପୁର ଉପକୂଳରୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ ପାଣିପାଗ ବିଭାଗ ର ସତର୍କତା ସୂଚନା ନମାନି ପାଖାପାଖି ୩୫ ଟି ଟ୍ରଲରରେ ୧୫୦ଜଣ ମତ୍ସଜୀବୀ ଗଭୀର ସମୁଦ୍ର ମଧ୍ୟକୁ ପ୍ରବେଶ କରିଥିଲେ । ଅନ୍ୟପକ୍ଷରେ ବାତ୍ୟା ତିତଲି ରାତି ସୁଦ୍ଧା ଗୋପାଳପୁର ଉପକୂଳରେ ପହଞ୍ଚିବାରୁ ସେମାନେ ଉଦ୍ଧାର ପାଇଁ ଗଞ୍ଜାମ ପ୍ରଶାସନର ସହାୟତା ଲୋଡିଥିଲେ ।

ଅନ୍ୟପକ୍ଷରେ ସେମାନଙ୍କ ଆବେଦନ ପରେ ଦକ୍ଷିଣାଞ୍ଚଳ ଡିଆଜି, ଗଞ୍ଜାମ ଜିଲ୍ଲାପାଳ ଓ ଏସପି ଙ୍କ ସହ ଆଲୋଚନା କରି ଡିଆଜି(କୋଷ୍ଟ ଗାର୍ଡ)ଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ ।

ଏହି ନିର୍ଦ୍ଦେଶ ପରେ ଭାରତୀୟ କୋଷ୍ଟ ଗାର୍ଡ ଅଧ୍ୟକ୍ଷତାରେ ଏନଡିଆରଏଫ ଓ ଓଡ୍ରାଫ ଟିମ ମିଳିତ ଉଦ୍ୟମରେ ଗତକାଲି ରାତିରେ ସମୁଦ୍ର ମଧ୍ୟକୁ ପ୍ରବେଶ କରି ଏହି ଟିମ ସର୍ଚ୍ଚ ଅପରେସନ କରି ୨୬ ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଅନ୍ୟମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.