Latest Odisha News

BREAKING NEWS

କେନ୍ଦ୍ରାପଡ଼ାରେ ୫୦ କରୋନା ପଜିଟିଭ, କଣସରା ଗ୍ରାମ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୬ଟି ନୂଆ କରୋନା ମାମଲା ରେକର୍ଡ କରାଯାଇଥିବା ବେଳେ ସେଥିମଧ୍ୟରୁ କେନ୍ଦ୍ରାପଡ଼ାରେ ୫୦ ଆକ୍ରାନ୍ତ ରହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ୩୬ ଜଣ ସୁରଟରୁ, ଆଠ ଜଣ ମୁମ୍ବାଇରୁ, ତିନିଜଣ ଦିଲ୍ଲୀରୁ ଏବଂ ଜଣେ ଲେଖାଏଁ ନିକଟରେ ଚେନ୍ନାଇ, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ ଫେରିଥିଲେ।

ଏହି ନୂତନ ମାମଲା ଚିହ୍ନଟ ହେବା ପରେ ପ୍ରଶାସନ କଣସରା ଗ୍ରାମକୁ ଏକ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରିଛି ବୋଲି ସେ କହିଛନ୍ତି।

ତେବେ କେନ୍ଦ୍ରାପଡ଼ାରେ ଏଯାବତ ୨୫ଟି ସକ୍ରୀୟ ମାମଲା ରହିଥିବା ବେଳେ ୫୭ ରୋଗୀ ସୁସ୍ଥ ହୋଇଛନ୍ତି।

Comments are closed.