Latest Odisha News

BREAKING NEWS

ସୌରଶକ୍ତିରେ ପରିଚାଳିତ ହେବ ଓଡ଼ିଶା ବିଧାନସଭା

ଭୁବନେଶ୍ୱର: ସୌରଶକ୍ତି ଚାଳିତ ହେବ ଓଡ଼ିଶା ବିଧାନସଭା । ବିଧାନସଭା ଛାତ ଉପରେ ଲାଗିବ ସୋଲାର ପ୍ଲାଣ୍ଟ । ଏନେଇ ସୋମବାର ଦିନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏଥିରେ OREDA ଅଧିକାରୀ ବି ଉପସ୍ଥିତ ଥିଲେ।

ସେପ୍ଟେମ୍ବର ଶେଷ ସୁଦ୍ଧା ବିଧାନସଭାକୁ ସୌରଶକ୍ତି ଦ୍ୱାରା ଚାଳିତ କରାଯିବ ବୋଲି OREDA ଯୁଗ୍ମ ନିର୍ଦେଶକ ଅଶୋକ ଚୌଦ୍ରୀ କହିଛନ୍ତି। ଏହା ୩୫ ଲକ୍ଷ ଟଙ୍କାର ପ୍ରକଳ୍ପ। ଯାହାର କାମ ଓଡ଼ିଶାର ଶାନ୍ତି ଆସୋସିଏଟକୁ ଦିଆଯାଇଛି । ୧୨୦ ଦିନ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

ମିଳିଥିବା ସୂଚନା ଅନୁସାରର ବିଧାନସଭା ଛାତର ବର୍ଗ ଅନୁସାରେ ୯୦ କିଲୋୱାଟର ପ୍ଲାଣ୍ଟ ଲାଗିବ। ବାର୍ଷିକ ୧ଲକ୍ଷ୧୮ ହଜାର ୟୁନିଟ ସଞ୍ଚୟ ହେବ। ଏହା ଦ୍ୱାରା ବିଧାନସଭାରେ ଖର୍ଚ୍ଚ ହେଉଥିବା ବିଜୁଳି ବ୍ୟୟକୁ ସଞ୍ଚୟ କରିହେବ ବୋଲି ବାଚସ୍ପତି କହିଛନ୍ତି।

Leave A Reply

Your email address will not be published.