Latest Odisha News

BREAKING NEWS

ସୁନ୍ଦରଗଡ଼ରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୫ ଅଭିଯୁକ୍ତ ଗିରଫ

ବଣାଇ : ସୁନ୍ଦରଗଡ ଜିଲ୍ଲାର କେ. ବଲାଙ୍ଗ ଗାଁ ନିକଟରେ ମଙ୍ଗଳବାର ଘଟିଥିବା ଦୁଷ୍କର୍ମ ଘଟଣାରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ ଉକ୍ତ ଯୁବତୀ ଜଣଙ୍କ କଲେଜ ଯାଉଥିବା ବେଳେ ଅଭିଯୁକ୍ତମାନେ ତାକୁ ଉଠାଇନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଯୁବତୀଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏକ ଅଭିଯୋଗ ଦାୟର କରାଯାଇଥିଲା । ପରବର୍ତ୍ତୀ ସମୟରେ ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତ ମାନେ ହେଲେ ଶଙ୍କର ସିଂହ, ରବିନ୍ଦ୍ର ସିଂହ, ସହଦେବ ସିଂହ, ଧନଶାମ ସିଂହ ଓ ଉମେଶ ସିଂହ । ତେବେ ସମସ୍ତ ଅଭିଯୁକ୍ତ ମାନେ କେ.ବଲାଙ୍ଗ ଗ୍ରାମର ହୋଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.