Latest Odisha News

BREAKING NEWS

ବେକାବୁ କରୋନା: ଦେଶରେ ୨୪ ଘଣ୍ଟାରେ ୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ସାଢ଼େ ୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୮,୭୦୬ ରେ ପହଞ୍ଚିଥିବା ବେଳେ ୫୫୯୮ ଜଣଙ୍କର ମୃତ୍ୟୁ ଘଟିଛି ।

ଭାରତରେ ଏପର୍ଯ୍ୟନ୍ତ ୯୫,୫୨୬ ଲୋକ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି ।

ଗତ ୨୪ ଘଣ୍ଟାରେ ସର୍ବାଧିକ ୮୧୭୧ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ସର୍ବାଧିକ ୨୦୪ଜଣ ପ୍ରାଣ ହରାଇଛନ୍ତି ।

ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ ଓ ଚେନ୍ନାଇ ଭଳି ମହାନଗରରେ ସ୍ଥିତି ଉଦବେଗ ଜନକ । ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଅଧିକ ସର୍ବାଧିକ ରହିଛି ।

Comments are closed.