Latest Odisha News

BREAKING NEWS

ଭାରତରେ ଆରମ୍ଭ ହେଲାଣି କରୋନାର ତୃତୀୟ ପର୍ଯ୍ୟାୟ ‘ଗୋଷ୍ଠୀ ସଂକ୍ରମଣ’: ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଅର୍ଥାତ ‘ଗୋଷ୍ଠୀ ସଂକ୍ରମଣ’ ଆରମ୍ଭ ହୋଇଗଲାଣି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ସାଢ଼େ ୫ ହଜାର ଟପିଲାଣି ।

ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ନେଇ ଏମ୍ସ ଡାକ୍ତର ଓ ଆଇସିଏମଆର୍ ଅଧ୍ୟୟନ ଗୋଷ୍ଠୀର ୨ ଜଣଙ୍କ ସହ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ନିଶ୍ଚିତ କରିଛନ୍ତି । ମାତ୍ର ଦେଶରେ ସଂକ୍ରମଣ ଗୋଷ୍ଠୀ ସଂକ୍ରମଣ ସ୍ତରରେ ପହଞ୍ଚି ନାହିଁ ବୋଲି ସରକାର ବାରମ୍ବାର କହୁଛନ୍ତି।

ଗୋଷ୍ଠୀ ସଂକ୍ରମଣ ଦେଶର ବହୁଳ ଓ ମଧ୍ୟମ ଜନସଂଖ୍ୟା ରହୁଥିବା ଅଞ୍ଚଳରେ ଆରମ୍ଭ ହୋଇଥିବା ଜଣାପଡିଛି । ଏହି ସ୍ତରରେ କୋଭିଡ୍-୧୯ ବା କରୋନାକୁ ନଷ୍ଟ କରିବା ସହଜ ନୁହେଁ’ ବୋଲି ଏହି ରିପୋର୍ଟରେ ପ୍ରକାଶ ।ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ବେଳେ ସଂକ୍ରମଣ ବୃଦ୍ଧି ପାଇଥିବା ରିପୋର୍ଟରେ ପ୍ରକାଶ ।

ଯେତେବେଳେ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଶରେ କରୋନାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଥିବା ନିଶ୍ଚିତ କରିଛନ୍ତି ।ସରକାରଙ୍କ ଅନୁଯାୟୀ ଭାରତରେ କରୋନା ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଅଛି ।

କରୋନା ଭାଇରସର ୪ଟି ପର୍ଯ୍ୟାୟ ରହିଛି ।

ପ୍ରଥମ ପର୍ଯାୟରେ କରୋନା ଭାଇରସ୍ କେବଳ ସଂକ୍ରମିତ ଦେଶରୁ ଆସିଥିବା ଲୋକଙ୍କ ଠାରେ ମିଳିଥାଏ । ସଂକ୍ରମଣ ରୋକିବାକୁ ଏହା ସବୁଠାରୁ ଉତ୍କୃଷ୍ଟ ସମୟ ।

ଦ୍ୱିତୀୟ ପର୍ଯ୍ୟାୟକୁ ସ୍ଥାନୀୟ ସଂକ୍ରମଣ କୁହାଯାଏ । ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ପରିବାର, ସମ୍ପର୍କୀୟ ଓ ପଡ଼ୋଶୀ ସଂକ୍ରମିତ ହୁଅନ୍ତି ।

ତୃତୀୟ ପର୍ଯ୍ୟାୟରେ ଗୋଷ୍ଠୀ ସଂକ୍ରମଣ କୁହାଯାଏ । ଏହି ପର୍ଯ୍ୟାୟରେ ବିଦେଶରୁ ଫେରି ନଥିବା ଲୋକ ଓ କାହା ସହ ସମ୍ପର୍କରେ ଆସିନଥିବା ଲୋକ ମଧ୍ୟ ସଂକ୍ରମିତ ହୋଇଥାନ୍ତି । ଏଭଳିକି ସଂକ୍ରମିତ କେଉଁଠାରୁ ହେଲେ ତାହା ମଧ୍ୟ ଜଣାପଡ଼ି ନଥାଏ ।

ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟରେ କୌଣସି ମହାମାରୀର ଅନ୍ତିମ ଶେଷ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ ସଂକ୍ରମଣ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିଙ୍କୁ ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ ।

Leave A Reply

Your email address will not be published.