ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଆଉ ୮ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଲେଖାଏଁ ସଦର ଓ ବଡ଼ଗାଁ ବ୍ଲକର ହେଇଥିବା ବେଳେ ୪ ଜଣ ରାଉରକେଲା ଅଞ୍ଚଳର ବୋଲି ଜଣାପଡିଛି ।
ଆହୁରି ମଧ୍ୟ ଏମାନେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ସମସ୍ତେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ଥିଲେ ଏବଂ ବର୍ତମାନ ସମସ୍ତଙ୍କୁ ରାଉରକେଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଅଛି। ଏହାଛଡା ସେମାନଙ୍କର ସମ୍ପୁର୍ଣ୍ଣ ଗସ୍ତ ବିବରଣୀ ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନାଭାଇରସ୍ ଦ୍ଵାରା ମୋଟ୍ ୨୨୪୫ ଆକ୍ରାନ୍ତ ଓ ୭ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୧୨୪୫ ଜଣ ଆରୋଗ୍ୟ ହୋଇଛନ୍ତି।
Comments are closed.