Latest Odisha News

BREAKING NEWS

କରୋନା ଭିତରେ ତେଜିଲା ଏମ୍‌ଏସ୍‌ପି ରାଜନୀତି

ଭୁବନେଶ୍ୱର: କରୋନା ଭିତରେ କେନ୍ଦ୍ର ସରକାର କୃଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ତେବେ ଏହାକୁ ନେଇ ରାଜନୀତି ତେଜିଛି । ବିଜେଡି ଉପସଭାପତି ଦେବି ମିଶ୍ର କହିଛନ୍ତି, ଏହା ପର୍ଯ୍ୟାପ୍ତ ନୁହେଁ ।

କାଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ବଢିଛି । କିନ୍ତୁ ତାହା ଠିକ୍ ନୁହେଁ । ଏମଏମପି ୨୯୩୦ ଟଙ୍କା କରିବାକୁ ବିଜେଡି ତାର ଦାବି ଜାରି ରଖିବ । ରାଜ୍ୟ ସରକାର କରୋନା ମୁକାବିଲାରେ ଅଛନ୍ତି । ତେଣୁ ପ୍ରତିବାଦ, ଆନ୍ଦୋଳନ କି ଧର୍ମଘଟ ହେବନି । ବିଧାନସଭା ଚାଲିଲେ ଏନେଇ ଆଲୋଚନା କରାଯିବ ।

ବିଜେଡିର ଦାବି ଉପରେ ପ୍ରତିକ୍ରିୟା ରଖି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ବିଜେଡି ଯୁକ୍ତିହୀନ ଅବାସ୍ତବ ପ୍ରକ୍ରିୟା କରିଛି । ଅନ୍ୟ ରାଜ୍ୟ ସହାୟତା ରାଶି ଭାବରେ ବୋନସ ଦେଉଛନ୍ତି, ଓଡିଶା ସରକାର କାହିଁକି ଦେଉନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.