Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ଜେସିକା ଲାଲ ହତ୍ୟକାଣ୍ଡର ଦୋଷୀ ମନୁ ଶର୍ମା ମୁକୁଳିଲେ

ନୂଆଦିଲ୍ଲୀ:ବହୁ ଚର୍ଚ୍ଚିତ ଜେସିକା ଲାଲ ହତ୍ୟକାଣ୍ଡର ଦୋଷୀ ମନୁ ଶର୍ମା ଜେଲରୁ ମୁକୁଳିଛନ୍ତି । ତିହାର ଜେଲରେ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିଲେ । ଦଣ୍ଡ ସମୀକ୍ଷା ବୋର୍ଡ ନିକଟକୁ ମନୁଙ୍କ ନାମ ୬ଥର ଆସିଥିଲା । ଶେଷରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ତାଙ୍କୁ ମୁକ୍ତ କରିବା ପାଇଁ ମଂଜୁର ଦେଇଥିଲେ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିନୋଦ ଶର୍ମାଙ୍କ ପୁତ୍ର ମନୁ ଶର୍ମା ୧୯୯୯ ଏପ୍ରିଲ ୩୦ରେ ମଡେଲ ଜେସିକାଙ୍କୁ ହତ୍ୟା କରିଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଦଣ୍ଡିତ କରାଯାଇଥିଲା । ଆଉ ୩ ବର୍ଷ ସେ ଦଣ୍ଡ ଭୋଗିଥାନ୍ତେ ମାତ୍ର ଉତମ ବ୍ୟବହାର ପାଇଁ ତାଙ୍କୁ ଖଲାସ କରାଗଲା । ତାଙ୍କ ସମେତ ଅନ୍ୟ ୧୮ଜଣ ଦୋଷୀଙ୍କୁ ମଧ୍ୟ ଦଣ୍ଡମୁକ୍ତ କରାଯାଇଛି ।

Comments are closed.