Latest Odisha News

BREAKING NEWS

ମାଲକାନଗିରି: ଯବାନଙ୍କ ଗୁଳିରେ ମହିଳା କ୍ୟାଡ଼ର୍ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ଦ୍ରପଲ୍ଲୀ ଜଙ୍ଗଲ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀ ଯବାନଙ୍କ ଗୁଳିରେ ଜଣେ ମହିଳା କ୍ୟାଡ଼ର୍ ମାଓବାଦୀ ଶୁକ୍ରବାର ସକାଳେ ନିହତ ହୋଇଛନ୍ତି ।

ଏହି ଘଟଣାରେ ପୋଲିସ ମାଓବାଦୀଙ୍କଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ସହିତ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।

ଏହି ପୋଲିସ ଏନକାଉଣ୍ଟର୍ ପରେ ଅନ୍ୟ ୩ ଜଣ ନକ୍ସଲ ପୋଲିସ ଆଗରେ ନିଜର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି ।

“ନିକଟତମ ସୂତ୍ରରୁ ଅନ୍ଦ୍ରପାଲ୍ଲୀ ସ୍ୱାଭିମାନ ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ହେବା ନେଇ ସୁରାକ ପାଇଲାମାତ୍ରେ ରାତି ୨ଟା ବେଳେ ସ୍ପେଶାଲ୍ ଅପରେସନ ଗ୍ରୁପ ଓ ଗ୍ରେହାଉଣ୍ଡ ଯବାନଙ୍କ ମିଳିତ ଚଢଉ ହୋଇଥିଲା । ରାତିରୁ ଦୀର୍ଘ ଘଣ୍ଟାଧରି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ସକାଳେ ଜଣେ ମହିଳା ମାଓବାଦୀ ନିହତ ହୋଇଛି, ଯିଏକି ଅନେକ ମାଓବାଦୀ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ରହିଥିଲା,”ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏଡ଼ିଜି, ଅପରେସନ ଆର ପି କୋଚେ ।

Leave A Reply

Your email address will not be published.