Latest Odisha News

BREAKING NEWS

ପିଆଜ ଟ୍ରକ୍ ଭିତରୁ ୪୦ ପ୍ୟାକେଟ ଗଂଜେଇ ଜବତ, ୨ ଅଟକ

ଖୋର୍ଦ୍ଧା: ପିଆଜ ଭର୍ତ୍ତି ଟ୍ରକ୍ ଭିତରୁ ବିପୁଳ ଗଂଜେଇ ଜବତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ସଦର ଥାନା ନିକଟରୁ ଏକ ପିଆଜ ଟ୍ରକ୍ ଉପରେ ଚଢ଼ାଉ ହୋଇଛି । ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଟିମ ଟ୍ରକ୍ ଭିତରୁ ୪୦ ପ୍ୟାକେଟ ଗଂଜେଇ ଜବତ କରିଛି ।

ଏହି ଘଟଣାରେ ଦୁଇ ଜଣକୁ ଅଟକ ରଖାଯାଇଛି । ଜବତ ଗଂଜେଇର ଓଜନ ଆନୁମାନିକ ୫ କୁଇଂଟାଲ ହେବ । ଏହି ଚୋରା ବେପାରର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଟିମ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.