Latest Odisha News

BREAKING NEWS

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଶୁକ୍ରବାର ଦିନ ଆଉ ୧୨୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧୬୦୪କୁ ଛୁଇଁଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁଯାୟୀ, ଗଞ୍ଜାମରେ ୩୫ ଜଣ, କଟକରେ ୨୨ ଜଣ, ନୁଆପଡା ଏବଂ ବଲାଙ୍ଗୀରରେ ୧୪ ଜଣ, ଖୋର୍ଦ୍ଧାରେ ୧୦ ଜଣ, କନ୍ଧମାଳରେ ୭ ଜଣ, କୋରାପୁଟରେ ୫ ଜଣ, କେନ୍ଦ୍ରାପଡ଼ାରେ ୪ ଜଣ, ବାଲେଶ୍ବର, ଢେଙ୍କାନାଳରେ ୩ ଜଣ ଏବଂ ନୟାଗଡ଼, ଅନୁଗୁଳ, ମୟୂରଭଞ୍ଜ ଏବଂ ସୁନ୍ଦରଗଡରେ ଜଣେ ଲେଖାଏଁ ରୋଗୀ ଆରୋଗ୍ୟ ହୋଇଛନ୍ତି।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୩୦ଟି ନୂଆ ମାମଲା ଚିହ୍ନଟ କରାଯାଇଛି।

Comments are closed.