Latest Odisha News

BREAKING NEWS

ଚତୁର୍ଥ ଭାରତୀୟ ବିଜ୍ଞାନ ଉତ୍ସବ: ଯୁବ ବିଜ୍ଞାନୀ ଭାବେ ସମ୍ବର୍ଦ୍ଧିତ ହେଲେ ସୋଆ ଗବେଷକ

ଭୁବନେଶ୍ୱର : ଲକ୍ଷେ୍ନା÷ରେ ଅନୁଷ୍ଠିତ ଚତୁର୍ଥ ଭାରତୀୟ ଜାତୀୟ ବିଜ୍ଞାନ ଉତ୍ସବରେ ଆୟୋଜିତ ଯୁବ ବୈଜ୍ଞାନିକ ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଯୁବ ଗବେଷକ ତଥା ପିଏଚଡି ସ୍କଲାର ଶ୍ରୀ ବିଭୁପ୍ରସାଦ ପଣ୍ଡାଙ୍କୁ ଯୁବ ବୈଜ୍ଞାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି ।

ସୋଆ ଅଧିନସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଠାରେ ପରିବେଶ ବିଜ୍ଞାନର ଛାତ୍ର ଶ୍ରୀ ପଣ୍ଡା “ଜୈବ ବିବିଧତା ଏବଂ ପରିବେଶ” ପ୍ରସଙ୍ଗରେ ତୃତୀୟ ପୁରସ୍କାର ପାଇଛନ୍ତି ।

ଏସିଆର ସବୁଠାରୁ ବଡ ପ୍ଲାଟ୍ଫର୍ମ ଭାବେ ପରିଚିତ ଭାରତୀୟ ଜାତୀୟ ବିଜ୍ଞାନ ଉତ୍ସବରେ ଛାତ୍ରଛାତ୍ରୀ, ଗବେଷକ, ଶିଳ୍ପୀ ଏବଂ ସାଧାରଣ ଜନତା ଏକାଠି ହୋଇ ବିଜ୍ଞାନ କ୍ଷେତ୍ରରେ ଦେଶର ସଫଳତାକୁ ନେଇ ଉତ୍ସବ ପାଳନ କରିଥାନ୍ତି ।

ଏହି ଉତ୍ସବରେ ୨୦୦୦ ପ୍ରତିନିଧି ଯୋଗ ଦେଇଥିବାବେଳେ ପ୍ରାୟ ତିନୋଟି ପ୍ରସଙ୍ଗରେ ପ୍ରାୟ ୬୦୦ ଜଣ ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ଆର୍ଥ ସାଇନ୍ସେସ୍ ମନ୍ତ୍ରଣାଳୟ ଏବଂ ବିଜ୍ଞାନ ଭାରତୀର ମିଳିତ ଆନୁକୂଲ୍ୟରେ ଲକ୍ଷେ୍ ସ୍ଥିତ ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଅକ୍ଟୋବର ୫ ରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.