Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡର ରିଜିଓନାଲ ଅଫିସର

ଭୁବନେଶ୍ୱର : ଭୁବନେଶ୍ୱର ଭିଜିଲାନ୍ସ ଅଧିକାରୀ କଳିଙ୍ଗନଗରରେ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିଜିଓନାଲ ଅଫିସର ହାଡିବନ୍ଧୁ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ସୂଚନା ଅନୁଯାୟୀ ତାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରାଯାଇଛି ।

ଅନ୍ୟପକ୍ଷରେ ତାଙ୍କ ନିକଟରୁ ନଗଦ ୯୬ ହଜାର ଟଙ୍କା ଓ ପାଖାପାଖି ୧୦ ଗ୍ରାମ ଓଜନର ସୁନା ଜବତ କରାଯାଇଛି । ଏଥିସହିତ ଖଣ୍ଡଗିରି ବାରିସ୍ଥିତ ହାଡିବନ୍ଧୁଙ୍କ ଘରେ ଚଢାଉ କରିବା ସହ ଯାଜପୁର କଳିଙ୍ଗନଗର ସ୍ଥିତ କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ଟିମ୍ ଚଢାଉ କରିଥିବା ବେଳେ ସେଠାରୁ ବିପୁଳ ପରିମାଣର ଆୟବର୍ହିଭୂତ ସମ୍ପତ୍ତି ଠାବ କରାଯାଇଛି ।

ଆହୁରି ମଧ୍ୟ ଏହି ଚଢାଉ ବେଳେ ଅନୁଗୁଳରେ ଗୋଟିଏ ପ୍ଲଟ, ଖଣ୍ଡଗିରିରେ ଗୋଟିଏ ଘର, ୪୪୨ ଗ୍ରାମ ଓଜନର ସୁନା ଓ ୧୬୮ ଗ୍ରାମ ଓଜନର ରୂପା, ଏକ ଟ୍ରାଭେରା, ଦୁଇଟି ମାରୁତି କାର ସମେତ ଗୋଟିଏ ସ୍କୁଟି ଜବତ କରାଯିବା ସହ କିଛି ଜରୁରୀ କାଗଜ ପତ୍ର ମଧ୍ୟ ଜବତ କରାଯାଇଛି ।

ଭିଜିଲାନ୍ସ ପକ୍ଷରୁ ଗିରଫ ହୋଇଥିବା ଏହି ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡର ରିଜିଓନାଲ ଅଫିସରଙ୍କୁ ଶୁକ୍ରବାର ଦିନ କୋର୍ଟକୁ ଚାଲାଣ କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.