Latest Odisha News

BREAKING NEWS

ସୁନ୍ଦରଗଡରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ସୋମବାର ଦିନ ୧୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ପ୍ରଶାସନ।

ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତମାନେ କ୍ୱାରେନଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଏବଂ ୫ ଜଣ ମହିଳା ରହିଛନ୍ତି ।

ଆହୁରି ମଧ୍ୟ ରାଉରକେଲାର ବିପିୟୁଟି କ୍ୱାରେନଣ୍ଟାଇନ୍ ସେଣ୍ଟରରୁ (୬), ରାଜଗାଙ୍ଗପୁରସ୍ଥିତ ମାଳଡିହି ଟିଏମସି (୬) ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ୩ ଜଣ ତାମିଲନାଡୁ, ୨ ଜଣ ଲେଖାଏଁ ସୁରଟ, ମହାରାଷ୍ଟ୍ର, କଟକ ଏବଂ ହରିଦ୍ୱାର ଫେରନ୍ତା ବୋଲି ସୂଚନା ମିଳିଛି ।

ଅଧିକ ପଢନ୍ତୁ: ଓଡିଶାରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୮ ଜିଲ୍ଲାରୁ ୧୩୮ ରୋଗୀ ଚିହ୍ନଟ

ଉଲ୍ଲେଖଯୋଗ୍ୟ, ଏଠାରେ ମୋଟ୍ ୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

Comments are closed.