Latest Odisha News

ପାକିସ୍ତାନ ଲାଗି ଗୁପ୍ତଚର କରିବା ଅଭିଯୋଗ; ୨ ଅଟକ

ନୂଆଦିଲ୍ଲୀ: ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ପାଇଁ ଗୁପ୍ତଚର କରୁଥିବା ଅଭିଯୋଗରେ ରାଜସ୍ଥାନ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।

ଦୁଇ ଅଭିଯୁକ୍ତ ହେଉଛନ୍ତି ବିକାଶ ତିଲୋଟିଆ ଏବଂ ଚିମାନ ଲାଲ। ରାଜସ୍ଥାନର ଅତିରିକ୍ତ ମହାନିର୍ଦ୍ଦେଶକ (ଇଣ୍ଟେଲିଜେନ୍ସ) ଉମେଶ ମିଶ୍ର ସୋମବାର ଦିନ ଇଣ୍ଡିଆନ ଏକ୍ସପ୍ରେସକୁ ସୂଚନା ଦେଇ କହିଛନ୍ତି, ସେମାନେ ଶ୍ରୀ ଗଙ୍ଗନଗର ଏବଂ ବିକାନେରର ଡିଫେନ୍ସ ଫାସିଲିଟିଜରେ କାମ କରୁଥିଲେ ।

ଟିଟୋଲିଆ ଗଙ୍ଗାନଗରର ଫିଲ୍ଡ ଆମ୍ମୁନିସନ୍ ଡିପୋରେ ସିଭିଲ୍ ଡିଫେନ୍ସ କର୍ମଚାରୀ (ବ୍ୟବସାୟୀ) ଥିବାବେଳେ ଅନ୍ୟ ଜଣେ ବ୍ୟକ୍ତି ବିକାନେରର ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ କାମ କରିଥିଲେ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି ।

ତେବେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ, ୧୯୨୩ର ଧାରା ୩ (ଗୁପ୍ତଚର) ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ନେଇ ସୂଚନା ମିଳିଛି ।

Comments are closed.