Latest Odisha News

BREAKING NEWS

ଆସାମ ତୈଳ କୂଅରୁ ବାହାରୁଛି ନିଆଁ, ୨ ଅଗ୍ନିଶମ କର୍ମଚାରୀ ମୃତ

ଗୁଆହାଟୀ: ଆସାମ ତିନସୁକିୟା ଜିଲ୍ଲାରେ ଗତ ୧୫ ଦିନ ହେଲା ତୈଳ କୂଅରୁ ଗ୍ୟାସ ନିର୍ଗତ ହେଉଛି । ମଙ୍ଗଳବାର ଦିନ ଅଏଲ ଇଣ୍ଡିଆ ତୈଳ କୂଅରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ ନିୟୋଜିତ ହୋଇଥିଲେ । ତେବେ ଏହି ନିଆଁ ଲିଭା କାର‌୍ୟ୍ୟରେ ନିୟୋଜିତ ହୋଇଥିବା ୨ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅଏଲ ଇଣ୍ଡିଆ ପ୍ରବକ୍ତା କହିଛନ୍ତି ଯେ, ନିଆଁ ଲାଗିବା ପରେ ହଠାତ ଦୁଇଜଣ ଅଗ୍ନିଶମ କର୍ମଚାରୀ ନିଖୋଜ ହୋଇଯାଇଥିଲେ । ଏନଡିଆରଏଫ ଟିମ ଟିମ ବୁଧବାର ସକାଳୁ ଦୁଇ ଜଣଙ୍କ ମୃତଦେହ ଜବତ କରିଥିଲେ । ଉଭୟଙ୍କ ମୃତଦେହ ଅଗ୍ନିକାଣ୍ଡ ଘଟିଥିବା ତୈଳ କୂଅ ନିକଟସ୍ଥ ଏକ ପୋଖରୀରୁ ଜବତ ହୋଇଥିଲା । ତେବେ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତାଙ୍କ ଶରୀରରେ ନିଆଁ ଲାଗିବାର କୌଣସି ଚିହ୍ନ ନାହିଁ । ଦୁଇ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ତୈଳ କୂଅରେ ନିଆଁ ଲାଗିବା ପରେ ନିଆଁ ଲିଭାଇବା ପାଇଁ ଓଏନଜିସିର ଜଣେ ଦମକଳ କର୍ମୀ ମଧ୍ୟ ଆହତ ହୋଇଥିଲା । ଅଏଲ ଇଣ୍ଡିଆ କହିଛି ଯେ ନିଆଁ ଲିଭାଇବା ପାଇଁ ପାଖାପାଖି ୪ ସପ୍ତାହ ସମୟ ଲାଗିବ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବଲଙ୍କୁ ପୀଡିତଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଆଶ୍ୱାସନା ଦେଇଛନ୍ତି । ତିନସୁକିୟା ଜିଲ୍ଲାରେ ଗତ ୧୫ ଦିନ ହେଲା ତୈଳ କୂପରୁ ନିଆଁ ବାହାରୁଚି ଜ୍ଝ ନିଆଁ ଧୀରେ ଧୀରେ ବ୍ୟାପିବାରେ ଲାଗିଛି । ପାଖାପାଖି ଗୋଟିଏ କିମି ପରିଧିରେ ସବୁ ପୋଡି ପାଉଁଶ ହୋଇଯାଇଛି ।

Leave A Reply

Your email address will not be published.