Latest Odisha News

କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ନେଇ ରାଗିଗଲେ ଅନୁପମ୍‌

ମୁମ୍ବାଇ: କାଶ୍ମୀର ପଣ୍ଡିତ ଘଟଣାକୁ ନେଇ ପୁଣି ଥରେ ସାମ୍ନାକୁ ଆସିଛନ୍ତି ବଲିଉଡ ଅଭିନେତା ଅନୁପମ ଖେର୍ । ସୋମବବାର ଦିନ(୮ଜୁନ୍) ଅନନ୍ତନାଗରେ ଜଣେ ହିନ୍ଦୁ ସରପଂଚଙ୍କୁ ଆତାଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ଅନୁପମ ଶୋକ ପ୍ରକଟ କରିବା ସହ ରାଗି ଯାଇଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଟ୍ୱିଟରରେ ଏକ ଭିଡିଓ ଜାରି କରି ଅନୁପମ କହିଛନ୍ତି, ମୁଁ ଦୁଃଖୀ ଅଛି ଏବଂ ରାଗିଛି ମଧ୍ୟ । କାଶ୍ମୀର ପଣ୍ଡିତଙ୍କର ଏକମାତ୍ର ସରପଂଚ ଅଜୟ ପଣ୍ଡିତଙ୍କୁ କାଶ୍ମୀରର ଅନନ୍ତନାଗରେ ଗୁଳି କରାଯାଇଛି । ତାଙ୍କୁ ମୋ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ । ଯେଉଁମାନେ ଛାତି ପିଟିକରି କାନ୍ଦନ୍ତି,ସେମାନେ ଏହି ଘଟଣା ପରେ ସମ୍ପୂର୍ଣ୍ଣ ଭାବେ ନିରବ । କାହାରି ଜଣକର ମଧ୍ୟ ସ୍ୱର ଶୁଭୁନାହିଁ । ୮୦ ଦଶକରେ ହୋଇଥିବା କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ପୁଣି ଥରେ ପୁନରାବୃତ୍ତି କରାଯାଉଛି ।

ଏହି ଭିଡିଓରେ ଅନୁପମଙ୍କ ରାଗ ପୁରା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ବର୍ଷ ବର୍ଷ ଧରି କାଶ୍ମୀର ପଣ୍ଡିତଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଅନୁପମ ଖେର ସର୍ବଦା ସ୍ୱର ଉଠାଇଛନ୍ତି । ଯେଉଁଥିପାଇଁ ଅନେକ ସମୟରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।

Comments are closed.