Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ରଜ ଭେଟି: ବଢ଼ିଲା ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦଙ୍କ ମାସିକ ଭତ୍ତା

ଭୁବନେଶ୍ୱର: ଗ୍ରାମାଞ୍ଚଳରେ କରୋନା ଯୁଦ୍ଧର ସାରଥି ସାଜିଥିବା ସରପଞ୍ଚ ତଥା ଅନ୍ୟ ସଦସ୍ୟଙ୍କୁ ସରକାରଙ୍କ ରଜ ଭେଟି ।
ତଥ୍ୟ ଅନୁଯାୟୀ, ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ଭତ୍ତା ୭୧୦ଟଙ୍କା ବୃଦ୍ଧି ପାଇ ୩୫୩୦ଟଙ୍କା ହୋଇଛି । ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କର ଭତ୍ତା ୧୪୧୦ଟଙ୍କା ବୃଦ୍ଧି ପାଇ ୭୦୪୦ଟଙ୍କା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କର ଭତ୍ତା ୧୮୮୦ଟଙ୍କା ବଢ଼ି ୯୩୮୦ ଟଙ୍କାରେ ପହଞ୍ଚିଛି। ଜିଲ୍ଲା ପରିଷଦ ସଭ୍ୟ ଓ ଅଧ୍ୟକ୍ଷଙ୍କ ଦୈନିକ ଭତ୍ତା ୮୦ଟଙ୍କା ଓ ବୈଠକ ଫି’ ୨୨୦ଟଙ୍କା ଅପରିବର୍ତ୍ତିତ ରହିଛି।

ସମିତି ସଭ୍ୟ ଓ ପଞ୍ଚାୟତସମିତି ଉପାଧ୍ୟକ୍ଷଙ୍କ ମାସିକ ଭତ୍ତା ୧୮୮୦ଟଙ୍କାରୁ ୨୩୫୦ଟଙ୍କାକୁ ବୃଦ୍ଧି ପାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କର ଭତ୍ତା ୨୮୨୦ଟଙ୍କାରୁ ୩୫୩୦ଟଙ୍କାକୁ ବୃଦ୍ଧି ପାଇଛି। ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷଙ୍କର ଦୈନିକ ଭତ୍ତା ୪୦ଟଙ୍କା ଓ ସିଟିଙ୍ଗ୍ ଫି’ ୨୦୦ଟଙ୍କା ଅପରିବର୍ତ୍ତିତ ରହିଛି।

ଅନ୍ୟପକ୍ଷରେ ନାଏବ ସରପଞ୍ଚଙ୍କ ମାସିକ ପାରିତୋଷିକ ୭୫୦ଟଙ୍କାରୁ ୯୪୦ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ସରପଞ୍ଚଙ୍କର ଭତ୍ତା ୧୮୮୦ଟଙ୍କାରୁ ୨୩୫୦ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ନାଏବ ସରପଞ୍ଚଙ୍କୁ ମାସିକ ୧୯୦ଟଙ୍କା ଓ ସରପଞ୍ଚଙ୍କୁ ଅଧିକ ୪୭୦ଟଙ୍କା ମିଳିବ। ସେହିପରି ୱାର୍ଡମେମ୍ବର, ନାଏବ ସରପଞ୍ଚ ଓ ସରପଞ୍ଚଙ୍କ ଦୈନିକ ଭତ୍ତା ୪୦ଟଙ୍କା ଓ ବୈଠକ ଫି’ ୨୦୦ଟଙ୍କା ପୂର୍ବଭଳି ରହିଛି।

Leave A Reply

Your email address will not be published.